ଯାଜପୁର: ସୁକିନ୍ଦା ଅଞ୍ଚଳର ଜଣେ ନାବାଳିକା ଝିଅ ଦାଦନ ଖଟିବାକୁ ଯାଇ ମଧ୍ୟପ୍ରଦେଶରେ ଫସିରହିଥିଲେ । ସେହି ସୁକିନ୍ଦା ଅଞ୍ଚଳର ଦୁଇଜଣ ମହିଳା କାମ କରିବାକୁ ଡାକି ନେଇ ମଧ୍ୟପ୍ରଦେଶର ଜଣେ ଯୁବକକୁ ବିକି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହାଇଥିଲା । ପରେ କାଳିଆପାଣି ପୋଲିସ ନାବାଳିକା କନ୍ୟା ସହ ଅଭିଯୁକ୍ତ ବରକୁ ମଧ୍ୟପ୍ରଦେଶରୁ ଉଠାଇ ଆଣିଥିଲା । ଅଭିଯୋଗ ଅନୁସାରେ ସୁକିନ୍ଦା ଅଞ୍ଚଳର ଦୁଇଜଣ ମହିଳା ଜଣେ ନାବାଳିକା କନ୍ୟାକୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ । ସୂଚନା ଥାଉ କି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଙ୍କଡ଼ପାଳ ଗ୍ରାମପଞ୍ଚାୟତ ଗରାମିଆ ଗ୍ରାମ ମୁଣ୍ଡା ସାହିରେ ପିଡିତାଙ୍କ ଘର । ଘଟଣାର ପାଖାପାଖି ଏକ ମାସ ପରେ କାଳିଆପାଣି ଥାନା ପୋଲିସ ମଧ୍ୟପ୍ରଦେଶରୁ ନାବାଳିକା କନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପିଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୋଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି । ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଡିତାର ଡାକ୍ତର ମଇନା କରାଯାଇଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ସାଗର ଜିଲ୍ଲା ତେଲିଗଞ୍ଜ ଏରିଆ ଅଞ୍ଚଳରେ ଅଭିଯୁକ୍ତ ପରିବାର ରହୁଥିବା ଜଣା ପଡିଥିଲା । ଗତ ୧୯ ତାରିଖ ସକାଳୁ ଯାଜପୁର ଆରକ୍ଷୀଙ୍କ ନିର୍ଦେଶ କ୍ରମେ କାଳିଆପାଣି ପୋଲିସ ପକ୍ଷରୁ ୫ ଜଣିଆ ସ୍ୱତନ୍ତ୍ର ଟିମ ମଧ୍ୟପ୍ରଦେଶ ଯାଇଥିଲେ । ମଧ୍ୟପ୍ରଦେଶ ପୋଲିସ ସହାୟତାରେ କାଳିଆପାଣି ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରି ପିଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ସଂପୃକ୍ତ ମହିଳା ରାକେଟକୁ ଧରିବାକୁ ପୋଲିସ ତଦନ୍ତ ଚଲାଇଥିବା ଯାଜପୁର ଆରକ୍ଷୀ ସୂଚନା ଦେଇଛନ୍ତି । ଆଜି ଅଭିଯୁକ୍ତର ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାଇନା କରିବା ପରେ ତାଙ୍କୁ ଜିଲ୍ଲା କରାଗାରକୁ ପଠାଇଥିବା ଦେଖିବାକୁ ମିଳିଛି । ଏ ବାବଦରେ ପିଡିତାଙ୍କ ପରିବାର ପତିକ୍ରିୟା ନେବା ପାଇଁ ଆମ୍ଭ ପ୍ରତିନିଧି ଯାଇଥିବା ବେଳେ ତାଙ୍କ ଘର ତାଲା ପଡିଥିଲା ଏବଂ ସମସ୍ତ ପରିବାର କେଉଁଆଡ଼େ ପଳାଇ ଯାଇଥିଲେ ଯାହା ଫଳରେ ତାଙ୍କ ପରିବାରର କୌଣସି ପତିକ୍ରିୟା ନିଆଯାଇ ପାରିନାହିଁ ।










