34.1 C
Bhubaneswar
Thursday, May 8, 2025
Homeଓଡିଶାନାବାଳିକା ଯୌନ ନିର୍ଯାତନା ମାମଲା: ଆସାମୀକୁ ୪ ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକା ଯୌନ ନିର୍ଯାତନା ମାମଲା: ଆସାମୀକୁ ୪ ବର୍ଷ ସଶ୍ରମ କାରାଦଣ୍ଡ

କଟକ: କଟକର ଆଡହକ୍ ଡିଷ୍ଟ୍ରିଟ୍ ଏଣ୍ଡ୍ ଆଡିସିନାଲ୍ ସେସନ୍ ଜଜ୍ ଫାଷ୍ଟଟ୍ରାକ୍ କୋର୍ଟ ନାବାଳିକା ଯୌନ ନିର୍ଯାତନା ମାମଲାରେ ଆସାମୀ ସାଲେପୁର ଥାନା ଅଧିନସ୍ଥ ରାମକୃଷ୍ଣପୁର ଅଂଚଳର ଦୁଷ୍ମନ୍ତ ବାରିକ୍ ଓରଫ ନଟିଆ(୩୦)କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଥିବାବେଳେ ତାକୁ ୧୦ ହଜାର ଟଙ୍କା ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଦାଖଲ ନ କରିପାରିଲେ ତାକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ୨୦୨୩ ମାର୍ଚ୍ଚ ୧୧ ତାରିଖରେ ରାତିରେ ଦୁଷ୍ମନ୍ତ ଜଣେ ନାବାଳିକାଙ୍କ ଘରେ ପଶି ତାକୁ ଯୌନ ନିର୍ଯାତନା ଦେବା ସହ ଆଶାଳୀନ ବ୍ୟବହାର କରିଥିଲା । ମାର୍ଚ୍ଚ ୧୨ ତାରିଖରେ ସାଲେପୁର ଥାନାରେ ଏତଲା ରୁଜୁ କରାଯାଇଥିଲା । ସେହିପରି ୨୦୨୩ ମସିହା ମଇ ୬ ତାରିଖରେ ଆସାମୀ ବିରୋଧରେ ପୁଲିସ୍ ପକ୍ଷରୁ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଥିଲା ବେଳେ କୋର୍ଟ ଆସାମୀ ବିରୋଧରେ ୨୦୨୪ ମସିହା ନଭେମ୍ବର ୧୬ ତାରିଖରେ ଚାର୍ଜଫ୍ରେମ୍ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ଶୁଭେନ୍ଦ୍ର ପ୍ରସାଦ ମହାନ୍ତି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking