ଭୁବନେଶ୍ୱର: ବାଲେଶ୍ୱରର ଏଫଏମ ଛାତ୍ରୀ ଘଟଣା ମନରୁ ନଲିଭୁଣୁ ଆଉ ଏକ ସମ୍ବେଦନଶୀଳ ଘଟଣା ରାଜ୍ୟବାସୀଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗେଇଦେବା ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ବଳଙ୍ଗା ଅଂଚଳ ରେ କିଛି ଦୁର୍ବୁତ୍ତ ଏକ ପନ୍ଦର ବର୍ଷୀୟା ଝିଅ କୁ ରାସ୍ତା ରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ। ଝିଅ କୁ ଭୁବନେଶ୍ୱର ସ୍ଥିତ AIIMS ହସ୍ପିଟାଲ କୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଛି ଓ ତାହାର ଚିକିତ୍ସା ର ସମସ୍ତ ବ୍ୟବସ୍ଥା କରାଯାଉଛି। ଚିକିତ୍ସା ର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ।…
— Pravati Parida (@PravatiPOdisha) July 19, 2025
ଆହୁରି କହିଛନ୍ତି, ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହତ । ଝିଅକୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ।










