29.1 C
Bhubaneswar
Monday, May 12, 2025
Homeଓଡିଶାପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଫେରାର

ପ୍ରେମିକକୁ ପାଇବାକୁ ପରିବାରକୁ ନିଶା ଦେଇ ନାବାଳିକା ଫେରାର

ଯାଜପୁର : ପ୍ରେମ ଆଗରେ ପରିବାରର ଭଲ ପାଇବା ତୁଚ୍ଛ ପାଲଟିଲା । ପ୍ରେମିକକୁ ପାଇବାକୁ ବାପା ମା’ଙ୍କ ସ୍ନେହ ଭୁଲିଗଲା ନାବାଳିକା ଯୁବତୀ । ନିଶା ଦେଇ ଘରୁ ଫେରାର ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ । ପ୍ରେମିକର ପ୍ରେମ ଜାଲରେ ଉବୁଟୁବୁ ହୋଇଗଲା ନାବାଳିକା ଯୁବତୀ । ଏଭଳି କି ବାପା ମା’ଙ୍କୁ ନିଶା ଔଷଧ ଦେବାକୁ ମଧ୍ୟ ପଛାଇଲା ନାହିଁ । ପ୍ରେମିକର ମିଠା କଥା ଆଗରେ ବାପା ମା’ଙ୍କ ଭଲ ପାଇବା ଫିକା ପଡ଼ିଲା । ନଠୁଆବର ଗାଁର ୧୩ବର୍ଷର ନାବାଳିକା ଝିଅ ଖାଦ୍ୟରେ ନିଶା ଔଷଧ ଦେଇ ଘରୁ ପଳାଇ ଯାଇଛି । ଫଳରେ ନିଶା ଔଷଧ ମିଶା ଖାଦ୍ୟ ଖାଇ ପରିବାରର ୫ଜଣ ସଦସ୍ୟ ଗୁରୁତର ହୋଇପଡ଼ିଛନ୍ତି । ପରିବାର ଲୋକେ ବର୍ତ୍ତମାନ ଯାଜପୁର ଜିଲ୍ଲା ଯଯାତି କେଶରୀ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଥିବା ବାପା ମା’ଙ୍କ ସମେତ ୫ଜଣ ପରିବାର ସଦସ୍ୟଙ୍କ ଅବସ୍ଥା ଗୁରୁତର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking