26.1 C
Bhubaneswar
Tuesday, March 17, 2026
Homeଅପରାଧନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ୍,୫୦ହଜାର ଜରିମାନା

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ବର୍ଷ ଜେଲ୍,୫୦ହଜାର ଜରିମାନା

ଜଗତ୍‌ସିଂହପୁର: ବାଲିକୁଦା ଥାନାରେ ୨୦୨୪ ମସିହାରେ ନାବାଳିକ ଦୁଷ୍କର୍ମ ମାମଲାକୁ ଶନିବାର ଜଗତସିଂହପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗାର୍ଗି ପଟ୍ଟନାୟକ ବିଚାର କରି ଅଭିଯୁକ୍ତ ବାଲିକୁଦା ଥାନା ଅନ୍ତର୍ଗତ ଅପଣ୍ଡରା ବାରିମୁଳ ଗ୍ରାମର ଖତୁ ଭୋଇଙ୍କ (୨୭)ବର୍ଷର ପୁଅ ସଞ୍ଜୟ ଭୋଇଙ୍କୁ ଦଣ୍ଡ ବିଧାନ ଆଦେଶ ଶୁଣାଣି କରିଛନ୍ତି। ମାନ୍ୟବର ବିଚାରପତି ଏଥିରେ ୧୯ଜଣ ସହ ଅଭିଯୁକ୍ତ ବାପାର ସାକ୍ଷ୍ୟ ପ୍ରମାଣଙ୍କୁ ଭିତ୍ତି କରି ରାୟରେ ଅଭିଯୁକ୍ତ ସଞ୍ଜୟଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୫୦ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନାଦେୟ ଅର୍ଥ ନିମନ୍ତେ ଅଧିକ ୧ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରାଯାଇଥିବା ଜଗତସିଂହପୁର ପବ୍ଲିକ୍ ପ୍ରୋସିକ୍ୟୁଟର ତପନ କୁମାର ପାଲ ସୁଚନା ପ୍ରଦାନ କରିଛନ୍ତି। ପ୍ରକାଶ, ୬ ଜୁଲାଇ ୨୦୨୪ ସନ୍ଧ୍ୟାରେ ବାଲିକୁଦା ଥାନା ଅଞ୍ଚଳର ଏକ ୧୫ ବର୍ଷର ନାବାଳିକା, ଘର ନିକଟ ଏକ ବିଲକୁ ଝାଡା ଯିବା ସମୟରେ ଅଭିଯୁକ୍ତ ସଞ୍ଜୟ ସେହି ବିଲ ମଧ୍ୟରେ ମାଡିବସି ଦୁଷ୍କର୍ମ କରିଥିଲା।

ଏପରିକି ନାବାଳିକା ଜଣଙ୍କ ସଞ୍ଜୟ ପାଖରୁ ଖସିବା ପାଇଁ ବହୁ ଚେଷ୍ଟା କରିବା ସହିତ ଚିତ୍କାର କରିବା ନେଇ ସଞ୍ଜୟ ତାର ପାଟିକୁ ମାଡିବସି ଏ କଥା କାହାରିକୁ କହିଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିଲା। ପରେ ନାବାଳିକା ଜଣଙ୍କ କାନ୍ଦିକାନ୍ଦି ପରିବାର ଲୋକଙ୍କୁ ସବୁ ଜଣାଇ ଥିଲା। ପରିବାର ଲୋକେ ଏ ସମ୍ପର୍କରେ ୭ ତାରିଖ ପୁର୍ବାହ୍ନରେ ନିକଟସ୍ତ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ବାଲିକୁଦା ପୁଲିସ ଥାନାରେ ଦଫା ୧୨୬(୨)/୬୫(୧)/୩୫୧(୩) ଅଫ ବିଏନ୍‌ଏସ୍ ସେକ୍ସନ ୪(୨) ପୋକ୍ସୋ ଆକ୍ଟରେ ମାମଲା ନଂ ୩୦୪/୨୦୨୪ ମାମାଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ଏହି ମାମଲାର ଅଭିଯୁକ୍ତ ସଞ୍ଜୟକୁ ୯।୭।୨୦୨୪ରେ ଗିରଫ କରିବା ପରେ ୪।୯।୨୦୨୪ରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲେ। ଆଜି ଏହି ମାମଲାର ଅରିରିକ୍ତ ଜିଲ୍ଲା ଦୌରାଜଜ୍ ବିଚାର କରି ଉପୋରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏହି ମାମଲା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଶିବ ପ୍ରସାଦ ମାଝୀ ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking