27.1 C
Bhubaneswar
Tuesday, July 15, 2025
Homeଓଡିଶାନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ: ଶେଷରେ ବିଷ ପିଇ ଜୀବନ ହାରିଲେ ନାବାଳିକା

ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ: ଶେଷରେ ବିଷ ପିଇ ଜୀବନ ହାରିଲେ ନାବାଳିକା

ପୁରୀ: ପୁରୀ ସତ୍ୟବାଦୀରେ ଲଜ୍ଜା । ୧୩ ବର୍ଷୀୟ ନାବାଳିକାକୁ  ଦୁଷ୍କର୍ମ   ଉଦ୍ୟମ କରାଯାଇଛି । ମାନସିକ  ଭାରସାମ୍ୟ ହରାଇ    ବିଷ ପିଇଦେଲେ  ନାବାଳିକା । ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।  ଅବସ୍ଥା ଅଧିକ ଗୁରୁତର  ହେବାରୁ  ତାଙ୍କୁ ଜିଲ୍ଲା ମୁଖ୍ୟ  ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ହେବାରୁ   ତାଙ୍କୁ  ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି ।    ଏନେଇ ବଳଙ୍ଗା ଥାନାରେ  ଅଭିଯୋଗ କରିଛନ୍ତି  ପୀଡିତାଙ୍କ ବାପା । ନାବାଳିକା କତା କାମ କରିବାକୁ ଯାଇଥିବା ବେଳେ  ଅଭିଯୁକ୍ତ ଅଜୁ ପ୍ରଧାନ ତାଙ୍କ ସହ ଦୁଷ୍କର୍ମ  ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।  ତେବେ କୌଶଳକ୍ରମେ  ନାବାଳିକା ଜଣେ ଖସି ଆସିଥିଲେ ।  ଘରେ ପହଞ୍ଚି କୀଟନାଶକ ପିଇବା ପରେ ବାପାଙ୍କୁ ଫୋନ କରି ଜଣାଇଥିଲେ ନାବାଳିକା ।  ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ  ଚଢାଉ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking