ବରଗଡ: ବରଗଡ ନାବାଳକା ପୋଡି ଘଟଣାରେ ପୋଲିସ ତତ୍ପରତା ଦେଖାଇଛି । ୩ ଜଣ ଆଇଆଇସିଙ୍କୁ ନେଇ ତଦନ୍ତ ପାଇଁ ପୋଲିସ ଟିମ୍ ଗଠନ କରାଯାଇଛି । ଫିରିଙ୍ଗିମାଲ ଗାଁକୁ ଯାଇ ତଦନ୍ତ କରିବ ପୋଲିସ ଟିମ୍ । ଏନେଇ ବରଗଡ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍ପି ଅଭିଳାଷ.ଜି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଆଜି ସକାଳେ ୧୩ ବର୍ଷୀୟ ନାବାଳିକା ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ଥିବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ସ୍ୱତନ୍ତ୍ର ଟିମ୍ ଦ୍ୱାରା ନାବାଳିକାଙ୍କ ମେଡିକାଲରେ ଚିକିତ୍ସା ଜାରି ରହିଛି । ତେବେ ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ।










