ନୂଆଦିଲ୍ଲୀ: ନଦୀରେ ଗାଧୋଇବା ବେଳେ ବୁଡିଗଲେ ନାବାଳକ । ମହାରାଷ୍ଟ୍ରର ଥାନେ ସହରରେ ରବିବାର ଦିନ ଏଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାଟି ଅପରାହ୍ନ ୧.୩୦ ସମୟରେ ହୋଇଛି । ବିପଯ୍ୟୟ ପରିଚାଳନା ସେଲର ମୁଖ୍ୟ କହିଛନ୍ତି ଯେ ନାବାଳକ ଜଣଙ୍କ ତାଙ୍କର ଦୁଇ ବନ୍ଧୁଙ୍କ ସହ ହ୍ରଦକୁ ଗାଧୋଇବାକୁ ଯାଇଥିଲେ । ପାଣିର ଗଭୀର ସ୍ରୋତରେ ଭାସିଯାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । ସାଙ୍ଗେ ସାଙ୍ଗେ ନାବାଳକକୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।









