ଝାରସୁଗୁଡା : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକର ଜୀବନ। ଏଭଳି ଅଭାବନୀୟ ଘଟଣା ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସରେଇପାଲି ଗ୍ରାମରେ ଘଟିଛି। ମୃତ ନାବାଳକ ଜଣକ ଛତିଶଗଡ଼ ପୁଷୋର ଥାନା ଅନ୍ତର୍ଗତ କେସେଇପାଲି ଗ୍ରାମର ବୋଲି ଜଣାପଡିଛି। ସୂଚନା ଅନୁସାରେ, ନାବାଳକ ଜଣକଙ୍କ ତାଙ୍କ ମାମୁଁ ଘର ଗାଁ ସରେଇପାଲିକୁ କିଛିଦିନ ହେବ ଆସି ରହୁଥିଲେ। ବାରାହ ଶିକାର ପାଇଁ ସରେଇପାଲି ଗ୍ରାମର ଏକ ବିଲରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେଣୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ଏ ନେଇ ଛତିଶଗଡ଼ ପୋଲିସ ସହ ଯୋଗାଯୋଗ କରିବା ସହିତ ତଦନ୍ତ କରୁଛି।










