29.4 C
Bhubaneswar
Wednesday, June 10, 2026
Homeଓଡିଶାଗଜପତି ଜିଲ୍ଲା ଭୂସ୍ଖଳନ ପ୍ରବଣ : ସୁରେଶ ପୂଜାରୀ

ଗଜପତି ଜିଲ୍ଲା ଭୂସ୍ଖଳନ ପ୍ରବଣ : ସୁରେଶ ପୂଜାରୀ

ଭୁବନେଶ୍ୱର : ରାଜ୍ୟର ୧୪ଟି ଜିଲ୍ଲାରେ ଭୂକମ୍ପ ଭୟ ରହିଥିବାବେଳେ ଗଜପତି ଭୂସ୍ଖଳନ ପ୍ରବଣ ବୋଲି ସୂଚନା ମିଳିଛି । ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ଥିବା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ଭୂସ୍ଖଳନ ହ୍ରାସ ପାଇଁ ବିଭିନ୍ନ ବିଭାଗ ସହ ସର୍ଭେ ଓ ବୈଠକ ହୋଇଛି । କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି । ଜୋନ-୩ ଭୂମିକମ୍ପ ଅଞ୍ଚଳରେ ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ, ବରଗଡ଼, ବାଲେଶ୍ଵର, ମୟୂରଭଞ୍ଜ ଆଦି ଜିଲ୍ଲା ଆସୁଛି । ତେବେ ରାଜ୍ୟ ସରକାର ଏନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବା ଉପରେ ଗୁରୁତ୍ବାରୋପ କରୁଥିବା ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking