29.1 C
Bhubaneswar
Monday, January 19, 2026
Homeଓଡିଶାନଦୀରେ ବୁଡି ନାବାଳକ ମୃତ

ନଦୀରେ ବୁଡି ନାବାଳକ ମୃତ

ବାରିପଦା: ବାରିପଦାରେ ବଡ ଅଘଟଣ । ଜମ୍ଭୀରା ନଦୀରେ ବୁଡି ନାବାଳକ ମୃତ । ରାସଗୋବିନ୍ଦପୁର ଥାନା ପିଙ୍ଗୁଳି ନଦୀ ଘାଟରେ ଏହି ଅଘଟଣା ଘଟିଛି । ସୂଚନା ଅନୁସାରେ, ମାଉସୀଙ୍କୁ ନଦୀପାର କରାଉଥିବା ବେଳେ ବୁଡିଗଲେ ନାବାଳକ । ଉଦ୍ଧାର କରିବାକୁ ଯାଇ ୨ ମାଉସୀ ମଧ୍ୟ ବୁଡି ଯାଇଥିବା ସୂଚନା ମିଳିଛି । ବୁଡିଯିବାର ଦେଖି ୨ ମାଉସୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । କିନ୍ତୁ ନାବାଳକକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ତୁରନ୍ତ ମେଡିକାଲ ନେଇଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକଙ୍କ ମୃତ୍ୟୁ ପରେ ପରିବାର ଏବଂ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking