28.1 C
Bhubaneswar
Thursday, February 5, 2026
Homeଓଡିଶାପୋଖରିରେ ବୁଡ଼ି ନାବାଳକ ମୃତ

ପୋଖରିରେ ବୁଡ଼ି ନାବାଳକ ମୃତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ନାଉଡିହ ଗ୍ରାମରେ ଥିବା ଶନି ମନ୍ଦିରରେ ଜଳା ଭିଷେକ କରିବା ପରେ ଶୌଚ ହେଉଥିବା ବେଳେ ପୋଖରୀରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ପ୍ରକାଶ, ନାଉଡିହ ଗ୍ରାମର ପ୍ରହଲାଦ ପରିଡ଼ାଙ୍କ ଏକମାତ୍ର ପୁଅ ପ୍ରଭୁପତ ଶନି ମନ୍ଦିରକୁ ତାଙ୍କ ମା’ ଙ୍କ ସହିତ ଜଳା ଭିଷେକ କରିବାକୁ ଯାଇଥିଲେ। ଜଳା ଭିଷେକ ପରେ ପୋଖରୀରେ ଶୌଚ ହେଉଥିବା ବେଳେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳକଙ୍କ ମୃତ୍ୟୁରେ ନାଉଡ଼ିହ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ପଟେ ଶନିଦେବଙ୍କ ଜଳାଭିଷେକ ନିମନ୍ତେ ଗାଁ ଉତ୍ସବ ମୁଖର ହୋଇ ପଡ଼ିଥିବା ବେଳେ ନାବାଳକଙ୍କ ଅକାଳ ବିୟୋଗ ଗାଁ ରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking