ଭୁବନେଶ୍ୱର : ମିଲରଙ୍କୁ ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଚାଷୀଙ୍କୁ ହଇରାଣ କଲେ ହେବ କାଯ୍ୟାନୁଷ୍ଠାନ । ନୂଆ ସରକାର ନୂଆ ନୀତିରେ ଚାଲିବ । କଥା ନମାନି କଟନିଛଟନି କରୁଛନ୍ତି ମିଲର । ପୁରୁଣା ନୀତିରେ ଆଉ ଚଳିବ ନାହିଁ କହିଛନ୍ତି ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କିଛି ମିଲରକୁ କାରଣ ଦର୍ଶାଅ ନୋଟିସ ହୋଇଛି । ରାଜ୍ୟରେ ଧାନ ସଂଗ୍ରହ ଠିକଠାକ ଚାଲିଛି । ଏହା ସହିତ ମନ୍ତ୍ରୀଙ୍କ ଅଯୋଗ୍ୟଙ୍କୁ ଅପିଲ । ଜାନୁଆରୀ ୩୧ରେ କେୱାଇସି ଶେଷ ହୋଇଛି । ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ସରେଣ୍ଡର କରନ୍ତୁ । ବୋଧହୁଏ ଭୟରେ ସେମାନେ କେୱାଇସି କରୁନାହାଁନ୍ତି । ସରକାରୀ ଚାକିରିଆ ବି ହାତେଇଛନ୍ତି ରାସନ କାର୍ଡ । ଯେତେଶୀଘ୍ର ସରେଣ୍ଡର କରିବେ ସେତେ ଭଲ କହିଛନ୍ତି ମନ୍ତ୍ରୀ ।