ଭୁବନେଶ୍ୱର: ରାଜ୍ୟରେ ପାଇପ ଜଳ ଯୋଗାଣର ପ୍ରକଳ୍ପ କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମୀକ୍ଷା କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକରେ ମନ୍ତ୍ରୀ କହିଛନ୍ତି, ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରାଜ୍ୟ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ । ପୂର୍ବରୁ ବିଭିନ୍ନ କାରଣ ନେଇ ମେଗା ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି । ତେଣୁ ଏହି ସମସ୍ୟାର ସମାଧାନ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ସବୁ ବିଭାଗ ସହ ସମନ୍ବୟ ରଖି ପ୍ରକଳ୍ପ କାମକୁ ଆଗକୁ ନେବାକୁ କହିଛନ୍ତି ମନ୍ତ୍ରୀ।










