ନୂଆଦିଲ୍ଲୀ : ମହାରାଷ୍ଟ୍ରର ଜାଲଗାଓଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ଘଟଣା ପାଲଡି ଗ୍ରାମରେ ଘଟିଛି । ଦୁଇ ଗୋଷ୍ଠୀ ମଧଠରେ ବିବାଦ ଦେଖାଦେବା ପରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଫଳରେ ପରିସ୍ଥିଚି ନିୟନ୍ତ୍ରଣରେ ରହିଛି । ଆସନ୍ତାକାଲି ୬ଟା ଯାଏଁ ଏଠାରେ କର୍ଫ୍ୟୁ ଲାଗି ରହିଛି । ଶିବସେନା ସିନ୍ଦେ ଦଳର ମନ୍ତ୍ରୀ ଗୁଲାବ୍ରାଓ ପାଲଟିଙ୍କ ମନ୍ତ୍ରୀ ଓ ତାଙ୍କ ସ୍ତ୍ରୀ କାରରେ ଯାଉଥିଲେ । ହେଲେ ଗାଁର ଜଣେ ଯୁବକ ତାଙ୍କ କାରକୁ ଧକ୍କା ଦେଇଥିଲା । ତାପରେ ତାଙ୍କ ପତ୍ନୀ କାର ଡ୍ରାଇଭରକୁ ମାଡ ମାରିିଥିଲେ । କାରକୁ ଭଙ୍ଗାରୁଜା କରିଥିଲେ । ବିବାଦ ଏତିକିରେ ଥମିନଥିଲା । ସ୍ଥାନୀୟ ଜାଗାରେ ଭିଡ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଦୋକାନରେ ନିଆଁ ଲାଗିଯାଇଥିବା ବେଳେ ୬ଟି ବାଇକ ଜଳି ପାଉଁଶ ହୋଇଯାଇଛି । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି । ଶାନ୍ତି ଶୃଙ୍ଖଳା ଆଗକୁ ବଢିବା ପାଇଁ ପୋଲିସ ଲୋକମାନଙ୍କୁ ସଚେତନ କରିଛି ।