35.1 C
Bhubaneswar
Thursday, March 5, 2026
Homeଓଡିଶାରାସନ୍‌କାର୍ଡ ନେଇ ଚେତାବନୀ ଦେଲେ ମନ୍ତ୍ରୀ

ରାସନ୍‌କାର୍ଡ ନେଇ ଚେତାବନୀ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଏବେ ରାସନ୍‌କାର୍ଡ ଭୟ। ପ୍ରତିମାସ ୫ କିଲୋ ଲେଖାଏଁ ମାଗଣାରେ ନେଉଥିବା ଚାଉଳ ଆଉ ନେଇ ପାରିବେ ନାହିଁ। ଧରାପଡ଼ିଗଲେ ଅସୁବିଧାରେ ପଡ଼ିଯିବାର ଭୟ ରହୁଛି। ସେଥି ପାଇଁ ମାତ୍ର ତିନିଦିନରେ ୨୦ ହଜାର ସରକାରୀ ଚାକିରିଆ ରାସନ୍‌କାର୍ଡ ଫେରାଇସାରିଛନ୍ତି। ରାସନ୍‌କାର୍ଡ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଭଲ ଚାକିରି ବା ଭଲ ଦରମା ପାଉଥିବା କର୍ମଚାରୀ ରାସନ୍‌କାର୍ଡ ଫେରାଇ ଦିଅନ୍ତୁ। ଦୁଇ ଦିନ ତଳେ ୧୨ ହଜାର ସରକାରୀ ଚାକିରିଆ ରାସନ୍‌କାର୍ଡ ଫେରାଇ ଦେଇଥିବା ଜଣାପଡ଼ିଥିଲା। ଆଜି ଏହି ସଂଖ୍ୟା ୨୦ ହଜାରରେ ପହଞ୍ଚିଛି। ଠିକା ଭିତ୍ତିକ ଚାକିରି କରୁଥିବା ଲୋକ ଯଦି ୧୧ରୁ ୧୨ ହଜାର ଟଙ୍କା ଦରମା ପାଉଥିବା ସରକାରୀ ଚାକିରିଆଙ୍କ ପାଇଁ କୌଣସି ଅସୁବିଧା ନାହିଁ। ଏହି ବର୍ଗର ଦରମା ପାଉଥିଲେ ରାସନ୍‌କାର୍ଡ କଟିବ ନାହିଁ। ସେମାନେ ରାସନ କାର୍ଡ ଫେରେଇବା ଆବଶ୍ୟକ ନାହିଁ।

ସ୍ୱଳ୍ପ ବେତନଭୋଗୀ କମ ଦରମା ପାଉଥିଲେ କାର୍ଡ ଫେରେଇବା ଆବଶ୍ୟକ ନାହିଁ। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନୁସାରେ ଗ୍ରାମାଞ୍ଚଳରେ ଯାହାର ୧୦ ହଜାର ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ ନାହିଁ। ଯାହାର ୧୫ ହଜାର ଉପରେ ରୋଜଗାର ଥିବ ସେମାନେ ରାସନକାର୍ଡ ଫେରେଇବେ। ସବୁ ଜିଲ୍ଲାରୁ କାର୍ଡ ଫେରାଉଛନ୍ତି। ଯେଉଁମାନେ ଭଲ ଚାକିରି କରିଛନ୍ତି ସେମାନେ ଫେରେଇଦେବା ଉଚିତ। ବଡ଼ବଡ଼ ଚାକିରିଆ କାର୍ଡ ନେଇଥିଲେ। ଆମ କଥା ମାନିକି ଫେରେଇଦେଲାଣି। ଯେଉଁମାନେ ଫେରେଇବେ ନାହିଁ ପଛରେ ଧରା ପଡିବେ ଆକ୍ସନ ନେବୁ। ଆସନ୍ତା ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଇ-କେୱାଇସି ହେବ। ଏହାପରେ ନୂତନ କାର୍ଡ ଦିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking