16.1 C
Bhubaneswar
Sunday, December 21, 2025
Homeଓଡିଶାଜାତୀୟ ଶିକ୍ଷାନୀତି ପ୍ରଣୟନ ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂସ୍କୃତି ବଜାୟ ରହିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଜାତୀୟ ଶିକ୍ଷାନୀତି ପ୍ରଣୟନ ଦ୍ୱାରା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ସଂସ୍କୃତି ବଜାୟ ରହିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ମାତୃଭାଷାରେ ପାଠପଢା ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶରେ ସହାୟକ ହେବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, : ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ ଭବନ ଠାରେ ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନା ଏବଂ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ ।

ନିଜର ଅଭିଭାଷଣରେ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିକାଶ ଆଣିବା ପାଇଁ ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ଏକାନ୍ତ ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାରଙ୍କ ୧୦୦ ଦିନ କାର୍ଯ୍ୟସାରଣୀ ମଧ୍ୟରେ ଓଡ଼ିଶାରେ ଜାତୀୟ ଶିକ୍ଷାନୀତିର ପ୍ରଣୟନକୁ ପ୍ରାଥମିକତା ମିଳିଛି । ବିଶ୍ୱବିଦ୍ୟାଳୟର ସଂସ୍କୃତିକୁ ବଜାୟ ରଖିବା ଏବଂ ମହାବିଦ୍ୟାଳୟମାନଙ୍କୁ ସ୍ୱାୟତ୍ତତା ପ୍ରଦାନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଭାରତବର୍ଷର ଗୁରୁକୁଳ ଏବଂ ଗୁରୁଶିଷ୍ୟ ପରମ୍ପରା ଆମ ସଂସ୍କୃତି ସହ ଅଙ୍ଗାଙ୍ଗୀ ଭାବେ ଜଡିତ। ଆମେ ସମସ୍ତେ ଏଥିରୁ ଅନୁପ୍ରାଣିତ ହେବା ଉଚିତ । ଜାତୀୟ ଶିକ୍ଷାନୀତି ପରି ଏକ ମୌଳିକ ଶିକ୍ଷାନୀତି ଆମ ରାଜ୍ୟରେ ପ୍ରଣୟନ ହେବା ଦ୍ଵାରା ଛାତ୍ରଛାତ୍ରୀମାନେ ଏକ ଉପଯୁକ୍ତ ଶୈକ୍ଷିକ ପରିବେଶ ପାଇପାରିବେ ଯାହା ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ବିକାଶ ତଥା ସର୍ବାଙ୍ଗୀନ ବିକାଶରେ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ମାତୃଭାଷାରେ ପାଠପଢା ହେଲେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତାରେ ବିକାଶ ହେବ । ଏହା ଛାତ୍ରଛାତ୍ରୀ ମାନଙ୍କର ଜଟିଳ ବୌଦ୍ଧିକତା ତଥା ପ୍ରତ୍ୟୁପ୍ତନ୍ନମତିତ୍ୱ ବିକାଶରେ ସହାୟକ ହେବ, ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଜାତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ମାନଙ୍କରେ କୃତିତ୍ବ ହାସଲ କରିପାରିବେ।

ଆସନ୍ତା ୨୦୩୬ ମସିହାରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବାର ୧୦୦ ବର୍ଷପୂର୍ତ୍ତି ହେବ । ଏହା ମଧ୍ୟରେ ଓଡ଼ିଶାର ସାମାଜିକ ଏବଂ ଅର୍ଥନୈତିକ ବିକାଶ କରିବା ଆମ ସମସ୍ତଙ୍କର ଲକ୍ଷ୍ୟ । ଜାତୀୟ ଶିକ୍ଷାନୀତିର ପ୍ରଣୟନ ହେବା ଦ୍ୱାରା ଆମେ ଏହି ଲକ୍ଷ୍ୟକୁ ଶୀଘ୍ର ହାସଲ କରିପାରିବା ବୋଲି ମୋର ଆଶା ଓ ବିଶ୍ୱାସ ।

ଆଜିର କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନ ଏବଂ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶଶୀକଳା ୱାଞ୍ଜରୀ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ପ୍ରଫେସର କୁମାର ସୁରେଶ, ନିର୍ଦ୍ଦେଶକ (ପ୍ଳାନିଙ୍ଗ ଓ ଡେଭେଲପମେଣ୍ଟ ), ରାଷ୍ଟ୍ରୀୟ ଶୈକ୍ଷିକ ଯୋଜନ ଏବଂ ପ୍ରଶାସନ ସଂସ୍ଥାନ, ନୂଆଦିଲ୍ଲୀ, ବିଶ୍ୱବିଦ୍ୟାଳୟ ମାନଙ୍କର କୁଳପତି, ମହାବିଦ୍ୟାଳୟ ମାନଙ୍କର ଅଧ୍ୟକ୍ଷ-ଅଧ୍ୟକ୍ଷା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking