32.1 C
Bhubaneswar
Sunday, March 29, 2026
Homeଓଡିଶାମାର୍କଫେଡ୍‌ର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

ମାର୍କଫେଡ୍‌ର କାର୍ଯ୍ୟାବଳୀ ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବଳ ସାମନ୍ତ

#ଲାଭଜନକ ସଂସ୍ଥାରେ ପରିଣତ କରିବାକୁ ମାର୍କଫେଡ୍‌କୁ ଦିଆଯିବ ନୂଆ ଉର୍ଜା

#ଭିତ୍ତିଭୂମିରେ ଆସିବ ପରିବର୍ତ୍ତନ, ସ୍ୱାବଲମ୍ବୀ ହେବ ମାର୍କଫେଡ୍‌
#କେବଳ ସାର ନୁହେଁ, କୃଷିଭିତ୍ତିକ ବିବିଧ ବ୍ୟବସାୟ କରିବାକୁ ପରାମର୍ଶ

ଭୁବନେଶ୍ୱର, : ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ (ମାର୍କଫେଡ୍‌)ର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଜି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ସମୀକ୍ଷା କରିଛନ୍ତି। ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ମାର୍କଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାଶ ବିସ୍ତୃତଭାବେ ତଥ୍ୟ ଉପସ୍ଥାପନ କରିଥିଲେ। କ୍ଷତିରେ ଚାଲୁଥିବା ମାର୍କଫେଡ୍‌ରେ ବିଭିନ୍ନ ସଂସ୍କାର ଅଣାଯିବା ସହ ଏହାକୁ ଲାଭଜନକ ଅନୁଷ୍ଠାନରେ ପରିଣତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ। ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବା ସହ ଅନୁଷ୍ଠାନକୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟବସାୟରେ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ମାର୍କଫେଡ୍ ଓଡ଼ିଶା ଚାଷୀଙ୍କଠାରୁ ବଳକା ଡାଲି ଓ ତୈଳବୀଜ ଜାତୀୟ ଶସ୍ୟ ସରକାରୀ ମୂଲ୍ୟରେ କ୍ରୟ କରୁଛି। ତେବେ ଚାଷୀଙ୍କଠାରୁ ଧାର୍ଯ୍ୟମୂଲ୍ୟରେ ଧାନ କ୍ରୟ କରିିବା ପାଇଁ ମାର୍କଫେଡ୍‌କୁ ଅନୁମତି ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିବାକୁ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଥିଲା। କଟକ, ପଟିଆ, ବରଗଡ଼ ଆଦି ସ୍ଥାନମାନଙ୍କରେ ଥିବା ମାର୍କଫେଡ୍‌ର ନିଜସ୍ୱ ଜମିରେ ତଥା ମାର୍କଫେଡ୍‌ର ମୁଖ୍ୟ ଦପ୍ତରରେ ବହୁତଳ ପ୍ରାସାଦ ନିର୍ମାଣ କରି ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କ ଜରିଆରେ ରାଜସ୍ୱ ବୃଦ୍ଧି କରିବାକୁ ମାନ୍ୟବର ମନ୍ତ୍ରୀ ପରାମର୍ଶ ଦେଇଥିଲେ । କେବଳ ସାର ବ୍ୟବସାୟରେ ନିଜକୁ ସୀମିତ ନରଖି କୃଷିଭିତ୍ତିକ ବ୍ୟବସାୟର ବିବିଧିକରଣ କରି ମାର୍କଫେଡ ତାର ରାଜସ୍ୱ ବୃଦ୍ଧି କରୁ ବୋଲି ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ମତ ରଖିଥିଲେ l

ମାର୍କଫେଡ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବଡ଼ଚଣା ବିଧାୟକ ତଥା ମାର୍କଫେଡ୍ କର୍ମଚାରୀ ସଂଘର ସଭାପତି ଶ୍ରୀ ଅମର କୁମାର ନାୟକ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ମାର୍କଫେଡ୍‌ର ସଭାପତି ସୁଶ୍ରୀ କବିତା ମଞ୍ଜରୀ ପରିଡ଼ା, ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀ ପ୍ରଭୁ କଲ୍ୟାଣ ପଟ୍ଟନାୟକ, ମାର୍କଫେଡ୍‌ର ସଚିବ ରୋଜାଲିନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking