31.1 C
Bhubaneswar
Friday, March 14, 2025
Homeଓଡିଶାପଞ୍ଚାୟତିରାଜ ଦିବସକୁ ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ପଞ୍ଚାୟତିରାଜ ଦିବସକୁ ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର : ବିଜୁ ଜୟନ୍ତୀ ଏବଂ ପଞ୍ଚୟତିରାଜ ଦିବସ ସଂପର୍କରେ ବିରୋଧୀ ଦଳ ନେତା ପ୍ରଶ୍ମ ରଖିଛନ୍ତି ଯେ, ବରେଣ୍ୟ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିରେ ରାଜ୍ୟରେ ତିନି ଦଶନ୍ଧି ଧରି ପାଳିତ ହେଉଥ‌ିବା ପଞ୍ଚାୟତିରାଜ ଦିବସ ପରମ୍ପରାର ପରିବର୍ତ୍ତନ ଓ ସଂକ୍ରାନ୍ତୀୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ।

ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଗୃହରେ ଉତ୍ତର ରଖିଛନ୍ତି । ୭୩ତମ ସମ୍ବିଧାନ ସଂଶୋଧନ ଅଧୁନିୟମ, ୧୯୯୩ ରାଷ୍ଟ୍ରପତିଙ୍କ ସମ୍ମତି ପାଇବା ପରେ ୧୯୯୩ ଏପ୍ରିଲ ୨୪ରୁ ଏହା ଲାଗୁ ହେଲା । ଏହାକୁ ସ୍ମରଣୀୟ କରିବାକୁ ୨୦୧୨ ମସିହାଠାରୁ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଉଛି । ଏହି ଉତ୍ସବରେ ପଞ୍ଚାୟତିରାଜ ସଶକ୍ତିକରଣ ପୁରସ୍କାର, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର ଇତ୍ୟାଦି ଦେଶର ବିଭିନ୍ନ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଇଥାଏ । ଭାରତ ସରକାରଙ୍କ ପତ୍ର ମୁତାବକ ଏହି ଉତ୍ସବଟି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳନ କରାଯାଇଥାଏ । ଜାତୀୟ ପଞ୍ଚାୟତିରାଜ ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ପଞ୍ଚାୟତିରାଜ ଦିବସ ପାଳନ ନ‌କରି ଏପ୍ରିଲ ୨୪ରେ ଜାତୀୟ ପଞ୍ଚାୟତିରାଜ ଦିବସ ସହିତ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଜଣାଇ ଦିଆଯାଉଛି ଯେ ସରକାର ବରେଣ୍ୟ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମତିଥିକୁ ମହାଆଡ଼ମ୍ବରରେ ପାଳନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking