35.1 C
Bhubaneswar
Thursday, April 2, 2026
Homeଓଡିଶାଯାଜପୁର ଜିଲ୍ଲାରେ ରାସନ କାର୍ଡ ବାଣ୍ଟିଲେ ମନ୍ତ୍ରୀ

ଯାଜପୁର ଜିଲ୍ଲାରେ ରାସନ କାର୍ଡ ବାଣ୍ଟିଲେ ମନ୍ତ୍ରୀ

ଯାଜପୁର: ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯାଜପୁର ଜିଲ୍ଲା ଧର୍ମଶାଳା ଷ୍ଟାଡିଅମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଧର୍ମଶାଳା ବ୍ଳକର ୧୪୫ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଏବଂ ଧର୍ମଶାଳା ବିଡ଼ିଓ ଉପସ୍ଥିତ ଥିଲେ। ଏହା ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଅଂଶ ଭାବେ ଗରିବ ଓ ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା। ଏହା ସହିତ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଚଳିତ ବର୍ଷ କୌଣସି ଚାଷୀଙ୍କ ଟୋକୋନ ଲାପ୍ସ କରାଯିବ ନାହିଁ ଏବଂ ନିର୍ଦ୍ଧାରିତ ସମୟରେ ଚାଷୀମାନଙ୍କଠାରୁ ଉଚିତ ମୂଲ୍ୟରେ ଧାନ କିଣାଯିବ। ଡବଲ ଇଞ୍ଜିନ ସରକାର ଜନ ସାଧାରଣ ଙ୍କ ସରକାର ଲୋକ ମାନଙ୍କ ସମସ୍ୟା ଏକ ବର୍ଷ ମଧ୍ୟ ରେ ପୂରଣ କରିବା ସଙ୍ଗେ ନିର୍ବାଚନ ଦେଇଥିବା ପ୍ରତିଶ୍ରୁତି କୁ ପୂରଣ କରିବାରେ ସଫଳ ହେଇଚନ୍ତି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking