ସୁନ୍ଦରଗଡ: ସୁନ୍ଦରଗଡ ଖଣି ଚୋରି ମାମଲାରେ ଖଣି ମନ୍ତ୍ରୀ ବିଭୁତି ଜେନା ବଡ ବୟାନ ଦେଇଛନ୍ତି । କହିଛନ୍ତି, ଖଣି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ସୁନ୍ଦରଗଡ ଖଣି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବ । ଭିଜିଲାନ୍ସ ଏସଆଇଟି ଗଠନ କରି ଖଣିଚୋରିର ତଦନ୍ତ ହେବ । ସୁନ୍ଦରଗଡ ହେମଗିରିରୁ ୨୨ଟି ଖଣିରୁ ଉତ୍ତୋଳନ ହୋଇଛି । ପ୍ରାୟ ୯୮୪୩ ମେଟ୍ରିକ ଟନ ଖଣି ଉତ୍ତୋଳନ କରାଯାଇଛି । ୨ କୋଟିରୁ ଅଧିକ ଟଙ୍କାର ଖଣି ଚୋରି ହୋଇଛି । ଖଣି ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତଆ ନୀତି ରହିବ ।