32.1 C
Bhubaneswar
Saturday, March 14, 2026
Homeଓଡିଶାଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ଖଣି ଅଧିକାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

କେନ୍ଦୁଝର : ରାସ୍ତା ଉପରେ ଖଣି ଅଧିକାରୀଙ୍କ ସହ  ଅନ୍ୟ କର୍ମଚାରୀଙ୍କୁ  ଘୋଷାଡି ଘୋଷାଡି ପିଟିଲେ ବାଲି ମାଫିଆ । ବାଲି ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଖଣି ଅଧିକାରୀ । ଏଭଳି ଘଟଣା ଘଟିଛି  କେନ୍ଦୁଝର ଜିଲ୍ଲା ଆନ୍ଦପୁରରେ । ପ୍ରତ୍ୟେକ ଦିନ ଆନନ୍ଦପୁର ଉପଖଣ୍ଡର ବୈତରଣୀ, କୁଶେଇ ଓ ରେମାଳ ନଦୀର ବିଭିନ୍ନ ବାଲିଘାଟରୁ ଶହ ଶହ ଟ୍ରିପ୍ ବାଲି ମାଫିଆମାନେ ଚୋରାଚାଲାଣ କରିଥାନ୍ତି। ଗତକାଲି ମଧ୍ୟ ଚାଲାଣ କରାଯାଉଥିଲା। ଗତକାଲି ବିଳମ୍ବିତ ରାତିରେ ଖଣି ଅଧିକାରୀଙ୍କ ସହ ତାଙ୍କ ଟିମ୍ ଆସି ଚଢ଼ାଉ କରିଥିଲେ। ଏହି ସମୟରେ ବାଲି ମାଫିଆମାନେ ସେମାନଙ୍କୁ ଘେରି ଯାଇଥିଲେ। ଖଣି ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଗାଡ଼ି ଭଙ୍ଗାରୁଜା କରିଥିଲେ।  ପରେ ସେହି ରାସ୍ତା  ଦେଇ ଏକ ଆମ୍ବୁଲାନ୍ସ ସାଇରନ ମାରି ଆସିଥିଲା। ବାଲି ମାଫିଆ ମାନେ ପୁଲିସ ଗାଡ଼ି ଭାବି ସେଠାରୁ ଚମ୍ପଟ ମାରିଥିଲେ। ପରେ ଘସିପୁରା ପୁଲିସ ଯାଇ ଖଣି ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ  ଉଦ୍ଧାର କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking