33.1 C
Bhubaneswar
Wednesday, April 1, 2026
Homeଓଡିଶାଏହି ରାଜ୍ୟରେ କ୍ଷୀର ଲିଟର ପିଛା ୨ରୁ ୪ ଟଙ୍କାକୁ ବୃଦ୍ଧି

ଏହି ରାଜ୍ୟରେ କ୍ଷୀର ଲିଟର ପିଛା ୨ରୁ ୪ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁରେ ପଶୁ ଖାଦ୍ୟର ମୂଲ୍ୟ ବୃଦ୍ଧି ହେତୁ, ମଧ୍ୟପ୍ରଦେଶର ଅନେକ ଅଞ୍ଚଳର କ୍ଷୀର ବିକ୍ରେତାମାନେ ବୁଧବାର ଅଥବା ଏପ୍ରିଲ ୧ ଠାରୁ କ୍ଷୀରର  ମୂଲ୍ୟ ପ୍ରତି ଲିଟରରୁ ଦୁଇରୁ ୪ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏକ କ୍ଷୀର ବିକ୍ରେତା ସଂଗଠନର ଜଣେ ଶୀର୍ଷ ଅଧିକାରୀ ଏହି ସୂନା ଦେଇଚନ୍ତି । ମଧ୍ୟପ୍ରଦେଶ କ୍ଷୀର ବିକ୍ରେତା ମହାସଂଘର ସଭାପତି ଭାରତ ମଥୁରାୱାଲା କହିଛନ୍ତି ଯେ, ଇନ୍ଦୋର, ଉଜ୍ଜୟିନୀ , ଧାର ଦେବାସ, ଭୋପାଳ, ଜବଲପୁର ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଖୋଲା କ୍ଷୀରର ଖୁଚୁରା ମୂଲ୍ୟ ପ୍ରତି ଲିଟର ଦୁଇରୁ ଚାରି ଟଙ୍କା ବୃଦ୍ଧି କରାଯାଇଛି । ଇନ୍ଦୋରରେ ପ୍ରତି ଲିଟର ୬୦ ଟଙ୍କାରେ ବିକ୍ରି ହେଉଥିବା ଲୁଜ କ୍ଷୀର ଏବେ ୬୩ ଟଙ୍କାରେ ବିକ୍ରି ହେଉଛି । ମଧ୍ୟପ୍ରଦେଶର ଘରୋଇ କ୍ଷୀର ବିକ୍ରେତାମାନେ ଦର ବୃଦ୍ଧି କରିଥିବା ବେଳେ , ସାଞ୍ଚି ଏ ଯାଏଁ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇନାହାନ୍ତି । ବର୍ତ୍ତମାନ ପାିଁ ଦର ଅପରିବର୍ତ୍ତିତ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking