15.1 C
Bhubaneswar
Monday, February 9, 2026
Homeଓଡିଶାଶ୍ରୀମନ୍ଦିରରେ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ

ଶ୍ରୀମନ୍ଦିରରେ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ

ପୁରୀ:  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମକର ସଂକ୍ରାନ୍ତି ନୀତି ଅନୁଷ୍ଠିତ ହେବା ପୂର୍ବରୁ ଶ୍ରୀମନ୍ଦିରରେ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହୋଇଯାଇଛି। ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ପାଣିପଡ଼ି ଦକ୍ଷିଣୀଘର ଭୋଗ ଅନୁଷ୍ଠିତ ହୋଇଥିଲା। ଭୋଗ ସମ୍ପନ୍ନ ପରେ ଅପରାହ୍‌ଣ ୪ଟାରେ ଦୁଗ୍ଧ ମେଲାଣ ପାଇଁ ରାମକୃଷ୍ଣ ଭିତରକୁ ବିଜେ କରିଥିଲେ। ଦକ୍ଷିଣୀଘରୁ ମହାଜନ ସେବକମାନେ ଶ୍ରୀରାମକୃଷ୍ଣଙ୍କୁ ରତ୍ନ ସିଂହାସନକୁ ବିଜେ କରାଇଥିଲେ। ପରେ ମହାଜନ ସେବକମାନେ ପଣ୍ଡାଦୁଆର ନିକଟରେ ଥିବା ପାଲିଙ୍କିରେ ଠାକୁରଙ୍କୁ ବିଜେ କରାଇଥିଲେ। ଘଣ୍ଟ, ଛତା, କାହାଳୀ ସହ ମହାଭୋଇ ସେବକ ରୋଷଶାଳା ପରିସରକୁ ଯାଇ ଦୁଧଭାର ନେଇ ଆସିଥିଲେ।

ପରେ ଠାକୁରଙ୍କୁ ବିମାନ ବଡ଼ୁ ସେବକ ପାଲିଙ୍କିରେ ଶ୍ରୀଜଗନ୍ନାଥବଲ୍ଲଭକୁ ବିଜେ କରାଇଥିଲେ। ସେଠାରେ ପୂର୍ବରୁ ଗାଈବାଛୁରୀ ରହିଥିଲେ। ଗାଈଠାରୁ ଦୁଗ୍ଧ ଅଣାଯାଇ ଠାକୁରଙ୍କୁ ଦୁଗ୍ଧ ମଣୋହି କରାଯାଇଥିଲା। ପରେ ଶୀତଳ ଭୋଗ ମଣୋହି କରାଯାଇ ବନ୍ଦାପନା ନୀତି କରାଯାଇଥିଲା। ଜଗନ୍ନାଥବଲ୍ଲଭ ମଠରେ ସମସ୍ତ ନୀତି ସମ୍ପାଦନ ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ। ମା’ ମହାଲକ୍ଷ୍ମୀ ମନ୍ଦିର ପରିସରରେ ପଡିଥିବା ଖଟଶେଜ ଉପରେ ବିଜେ ହୋଇଥିଲେ। ସେଠାରେ ଠାକୁରଙ୍କୁ ଦୁଗ୍ଧ ମଣୋହି କରାଯାଇ ବନ୍ଦାପନା କରାଯାଇଥିଲା। ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking