ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ଆଜିଠାରୁ ଓମଫେଡ ଦୁଗ୍ଧ ଚାଷୀ ଲିଟର ପିଛା ୩ ଟଙ୍କା ଅଧିକ ପାଇବେ । ଖାଉଟିଙ୍କ ପାଇଁ ବୃଦ୍ଧି ହେବାକୁ ଥିବା ୪ ଟଙ୍କାରୁ ୨ ଟଙ୍କା ସରକାର ବହନ କରିବେ । ରାଜ୍ୟ ସରକାର ଏହି ଅର୍ଥ ବହନ କରିବେ କହିଲେ ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ରାଜ୍ୟର ୨ ଲକ୍ଷ ୫୦ ହଜାର ଦୁଗ୍ଧ ଚାଷୀ ଉପକୃତ ହେବେ । ଦୁଗ୍ଧ ଚାଷୀଙ୍କ ଅକାଳ ମୃତ୍ୟୁ ହେଲେ ୧ଲକ୍ଷ ଟଙ୍କାର ବୀମା ମିଳିବ । ଦୁଗ୍ଧଚାଷୀଙ୍କ ପାଇଁ ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଜୁନ ୧୩ରୁ ଗ୍ରାହକଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ ।










