26.8 C
Bhubaneswar
Wednesday, June 25, 2025
Homeଓଡିଶାସେନାପଟା ନୀତି:  ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ

ସେନାପଟା ନୀତି:  ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ଦେବସ୍ନାନ ପୂଣ୍ଣିମା । ଏନେଇ ଶ୍ରୀମନ୍ଦିରରେ ଚାଲିଛି ପ୍ରସ୍ତୁତି ।  ଏହି କ୍ରମରେ ଆଜି ଅନୁଷ୍ଠିତ ହେଉଛି  ଚତୁର୍ଧାମୂତ୍ତିଙ୍କର ସେନାପତ ଲାଗି ନୀତି । ଗତ ରାତି ଆଳତୀ ପହୁଡ ପରେ ସେନାପଟ ନୀତି କରୁଛନ୍ତି ଦଇତାପତି ସେବାୟତ । ସତ୍ୟବାଦୀରୁ ଆସିଥିବା  ବଉଳ କାଠରେ ପ୍ରଭୁଙ୍କର  ସେନାପଟା ନୀତି କରାଯାଉଛି ।  ଏନେଇ ଅପରାହ୍ନରେ ଶ୍ରୀମନ୍ଦିରରେ ଦିନ ୨ଟା ଯାଏଁ  ଜଗା ଦର୍ଶନ  ବନ୍ଦ ରହିଛି । ଆସନ୍ତାକାଲି ଦେବସ୍ନାନ ପୂଣ୍ଣିମା ଥିବା ବେଳେ  ବଉଳ କାଠରେ ପ୍ରସ୍ତୁତି  ସେନାପଟା  ଲାଗି ପରେ ଚତୁର୍ଧାମୂର୍ତ୍ତି ପହଣ୍ଡି ହୋଇ ସ୍ନାନ  ମଣ୍ଡପକୁ ବିଜେ କରିବେ ।  ଦିବ୍ୟ ଜଳରେ ସ୍ନାନ କରିବା ପରେ  ହାତୀ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ  ଦେବେ ଶ୍ରୀଜିଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking