14.1 C
Bhubaneswar
Tuesday, December 23, 2025
Homeଦେଶ ବିଦେଶମେକ୍ସିକୋ : ଗୁଳି ମାଡରେ ୬ ମୃତ

ମେକ୍ସିକୋ : ଗୁଳି ମାଡରେ ୬ ମୃତ

ନୂଆଦିଲ୍ଲୀ : ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼ ହୋଇଛି । ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି ।  ରବିବାର ଦକ୍ଷିଣ-ପୂର୍ବ ମେକ୍ସିକୋର ଏକ ବାରରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ବନ୍ଧୁକଧାରୀମାନେ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି । ନିକଟରେ ହିଂସା ବୃଦ୍ଧି ସହ ସଂଘର୍ଷ କରୁଥିବା ଉପକୂଳବର୍ତ୍ତୀ ଟାବାସ୍କୋ ପ୍ରଦେଶରେ ଏହି ଗୁଳି ବିନିମୟ ଘଟିଛି। ଜନ ସୁରକ୍ଷା ସଚିବ ଓମାର ଗାର୍ସିଆ ହରଫୁଚ୍ ଟ୍ୱିଟରରେ କହିଛନ୍ତି ଯେ ଭିଲ୍ଲାହର୍ମୋସରେ ଏହି ଗୁଳି ବିନିମୟ ହୋଇଛି ।  ଘଟଣାର ସମାଧାନ ପାଇଁ କେନ୍ଦ୍ର କର୍ତ୍ତୃପକ୍ଷ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ଏପର‌୍ୟ୍ୟନ୍ତ କାହାକୁ ଗିରଫ କରାଯାଇନଥିବା ବେଳେ କେଉଁ କାରଣ ପାଇଁ ଗୁଳିମାଡ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।ଏହାପୂର୍ବରୁ ନଭେମ୍ବର ମାସରେ ମଧ୍ୟ ମେକ୍ସିକୋର କେରେରେଟାରୋ ସହରର ଏକ ବାର ଉପରେ ଆଖିବୁଜା ଗୁଳିମାଡ ହୋଇଥିଲା ଯେଉଁଥିରେ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା ।   ଫେରେସ୍କା କହିଛନ୍ତି ଯେ  ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା । ତେବେ ଅଭିଯୁକ୍ତ ମଧ୍ୟରୁ ଅଧିକାଂଶ ଡ୍ରଗ୍ କାରବାର ଏବଂ ଗ୍ୟାଙ୍ଗଷ୍ଟାର ସହିତ ଜଡିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking