18.1 C
Bhubaneswar
Monday, February 9, 2026
Homeଓଡିଶାଆଉ ଦୁଇ ଦିନ ପରେ ଖସିବ ପାରଦ

ଆଉ ଦୁଇ ଦିନ ପରେ ଖସିବ ପାରଦ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ। ଆଗାମୀ ଦୁଇ ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ। ସେପଟେ ଆସନ୍ତା ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଆସନ୍ତା ୫ ଦିନ ପାଇଁ କୌଣସି ଚେତାବନୀ ନଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୮ ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼। ଏବଂ ୯ ତାରିଖରେ ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଯାଜପୁର ଜିଲ୍ଲା ଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆଗାମୀ ୪୮ ଘଣ୍ଟାରେ ଜଗତସିଂହପୁର,ଭଦ୍ରକ,କେନ୍ଦ୍ରାପଡା,ଯାଜପୁର,କନ୍ଧମାଳ,କଳାହାଣ୍ଡି,ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆଗାମୀ ୨ ଦିନ ପାଇଁ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ବିଶେଷକରି ଉତ୍ତର ଓଡ଼ିଶାରେ ଏହାର ବେଶୀ ପ୍ରଭାବ ରହିବ। ତାପମାତ୍ରା ହ୍ରାସକୁ ନେଇ ୨ ଦିନ ପ୍ରବଳ ଶୀତ ଅନୁଭବ ହେବ। ୩ ଦିନ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାକୁ ନେଇ ଶୀତ ସାମାନ୍ୟ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୩.୩ ଡିଗ୍ରୀ ରେକର୍ଡ କରାଯାଇଛି। ପାହାଡିଆ ଅଞ୍ଚଳରେ ଜି ଉଦୟଗିରିରେ ୧୪.୫ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଭୁବନେଶ୍ୱରରେ ୧୯.୩ ଓ କଟକରେ ୧୯.୦୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟରେ କାଁଭାଁ ସ୍ଥାନରେ ବର୍ଷା ହୋଇଥିବା ବେଳେ ହୋଇଥିବାବେଳେ ମାଲକାନଗିରି ପଦିଆରେ ୧୯.୫ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking