24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶମେହୁଲ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ

ମେହୁଲ ଚୋକ୍‌ସିଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ପଳାତକ ଘୋଷିତ ଭାରତୀୟ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ଜାମିନ ଆବେଦନକୁ ବେଲଜିୟମର ଏକ ଅଦାଲତ ଖାରଜ କରିଥିବା ଜଣାପଡିଛି। ଚୋକ୍‌ସିଙ୍କୁ ଜାମିନ ପ୍ରଦାନ କରାଗଲେ ସେ ବେଲଜିୟମରୁ ଅନ୍ୟ କୌଣସି ଦେଶକୁ ପଳାଇଯିବାର ସମ୍ଭାବନା ରହିଛି ବୋଲି ସିବିଆଇ ପକ୍ଷରୁ ଯେଉଁ ଯୁକ୍ତି ଦର୍ଶାଯାଇଥିଲା, ତାହାକୁ ଅଦାଲତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ବେଲଜିୟମର ଏକ ଅଦାଲତରେ ଚୋକ୍‌ସିଙ୍କ ଭାରତ ପ୍ରତ୍ୟର୍ପଣ ମାମଲାର ଶୁଣାଣି ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି।

ଏହି ପରିପ୍ରେକ୍ଷୀରେ ଜାମିନ ଖାରଜ ହେବା ଘଟଣା ଚୋକ୍‌ସିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସିବିଆଇର ଅନୁରୋଧ ରକ୍ଷା କରି ବେଲଜିୟମ ପୁଲିସ ଚଳିତବର୍ଷ ଏପ୍ରିଲରେ ଚୋକ୍‌ସିଙ୍କୁ ଗିରଫ କରିଥିଲା। ୬୬ ବର୍ଷୀୟ ଚୋକ୍‌ସି ହେଉଛନ୍ତି ଗୀତାଞ୍ଜଳି ଗ୍ରୁପ୍‌ କମ୍ପାନୀର ମାଲିକ। ଚୋକ୍‌ସି ଓ ତାଙ୍କ ଭଣଜା ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ଜାଲିଆତି କରିବାପରେ ୨୦୧୭ରେ ଭାରତ ଛାଡି ପଳାୟନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking