25.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶନିର୍ବାଚନ ଲଢ଼ିବେନି ମେହବୁବା ମୁଫତି

ନିର୍ବାଚନ ଲଢ଼ିବେନି ମେହବୁବା ମୁଫତି

ନୂଆଦିଲ୍ଲୀ: ପିଡିପି ମୁଖ୍ୟ ମେହବୁବା ମୁଫତି ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ବର୍ତ୍ତମାନ ପରିସ୍ଥିତି ଯାହା ସେ ମୁଖ୍ୟମନ୍ତ୍ରୀ ହୋଇଗଲେ ମଧ୍ୟ ଦଳର ଏଜେଣ୍ଡାକୁ କାର୍ୟ୍ୟକ୍ଷମ କରିବାକୁ ସଫଳ ହୋଇପାରିବେ ନାହିଁ। ତେଣୁ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ମେହବୁବା ନିର୍ବାଚନ ଲଢ଼ିବାକୁ ମନା କରି ଦେଇଥିଲେ ହେଁ ତାଙ୍କ ଝିଅ ଇଲତିଜା ମୁଫତି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବେ। ଅର୍ଥାତ ସେ ନିର୍ବାଚନ ଲଢ଼ିବେ। ହେଲେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ, ସେକଥା ଜଣାପଡ଼ିନି।

ମେହବୁବା ମୁଫତି କହିଛନ୍ତି, “ବିଜେପି ସହ ସରକାର ଗଠନ କରିଥିବା ବେଳେ ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି। ଉକ୍ତ ସରକାର ୨୦୧୬ରେ ୧୨ ହଜାର ଲୋକଙ୍କ ବିରୋଧରେ ଏଫଆଇଆରକୁ ପ୍ରତ୍ୟାହାର କରିଥିଲା। କ’ଣ ଏବେ ସେମିତି ହୋଇପାରିବ? ମୋଦିଙ୍କ ସହ ଥିବା ସରକାରରେ ମୁଁ ମୁଖ୍ୟମନ୍ତ୍ରୀ ହିସାବରେ ବିଚ୍ଛିନ୍ନତାବାଦୀଙ୍କୁ ଚିଠି ଲେଖି ଆଲୋଚନା ପାଇଁ ଡାକିଥିଲି। କ’ଣ ଆପଣ ଏବେ ସେମିତି ଆଜି କରିପାରିବେ?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking