30.1 C
Bhubaneswar
Tuesday, February 10, 2026
Homeଖେଳସାଉଦି ସହରରେ ହେବ ମେଗା ଆଇପିଏଲ୍ ଅକ୍ସନ୍‌!

ସାଉଦି ସହରରେ ହେବ ମେଗା ଆଇପିଏଲ୍ ଅକ୍ସନ୍‌!

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଗଭର୍ଣ୍ଣିଂ କାଉନ୍‌ସିଲ୍ ନିକଟରେ ରିଟେସନ୍ ପଲିସିକୁ ନେଇ ବଡ଼ ଘୋଷଣା କରିଥିଲା। ରିଟେନ୍‌ସନ୍ ପଲିସି ପରେ ଏବେ ଆଇପିଏଲ୍ ୨୦୨୫ ମେଗା ଅକ୍ସନ୍‌କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁସାରେ ବିସିସିଆଇ ସାଉଦି ଆରବର କୌଣସି ଏକ ସହରରେ ମେଗା ଅକ୍ସନ୍ ଆୟୋଜନ ପାଇଁ ଚିନ୍ତା କରୁଛି। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ଭେନ୍ୟୁ ସ୍ଥିର ହୋଇନାହିଁ, ତେବେ ରିୟାଦ୍ ଓ ଜେଦାହ ଉପରେ ବିସିସିଆଇ ଅଧିକାରୀଙ୍କ ନଜର ରହିଛି। ୟୁଏଇରେ ଦୁବାଇ ଗୋଟିଏ ବିକଳ୍ପ ଥିଲେ ମଧ୍ୟ ଏହା ବୋର୍ଡ ପସନ୍ଦର ବିକଳ୍ପ ନୁହେଁ। ଆଇପିଏଲ୍ ୨୦୨୫ ମେଗା ଅକ୍ସନ୍ ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହରେ ହେବାର ଆଶା ରହିଛି। କ୍ରିକ୍‌ବଜ୍ ଏକ ରିପୋର୍ଟରେ ଏହି ଖୁଲାସା କରିଛି।
କ୍ରିକ୍‌ବଜ୍ ରିପୋର୍ଟ ଅନୁସାରେ ବିସିସିଆଇ ପାଇଁ ଠିକ୍ ଭେନ୍ୟୁ କିମ୍ବା ହୋଟେଲ୍ ସନ୍ଧାନ କରିବାର ଚ୍ୟାଲେଞ୍ଜ୍ ଦେଖାଦେଇଛି। ସାଉଦି ଆରବରେ ଭେନ୍ୟୁ ଚୂଡ଼ାନ୍ତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ଦୁବାଇ ତୁଳନାରେ ସାଉଦି ଆରବରେ ଖର୍ଚ୍ଚ ବହୁତ ଅଧିକ। ଦୁବାଇରେ ୨୦୨୩ ଡିସେମ୍ବରରେ ଗତ ନିଲାମୀ ଆୟୋଜିତ ହୋଇଥିଲା। ସୂଚନା ଅନୁସାରେ ମେଗା ଅକ୍ସନ୍ ପାଇଁ ପ୍ରଥମରୁ ଲଣ୍ଡନକୁ ଶର୍ଟଲିଷ୍ଟ କରାଯାଇଥିଲା। ତେବେ ବର୍ଷର ଏହି ସମୟରେ ବ୍ରିଟେନ୍‌ରେ ଠଣ୍ଡା ପାଗ ଯୋଗୁଁ ବିସିସିଆଇ ଅକ୍ସନ୍ ନକରିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇ ଏବଂ ଆଇପିଏଲ୍ ଅଧିକାରୀ ଏବେ ଏପରି ଏକ ସ୍ଥାନର ସନ୍ଧାନରେ ଅଛନ୍ତି ଯେଉଁଠି ଦୁଇଦିନ ପାଇଁ ଅକ୍ସନ୍ ଆୟୋଜିତ କରାଯାଇପାରିବ। ଏହା ସହିତ ଆଇପିଏଲ୍‌ର ୧୦ ଫ୍ରାଞ୍ଚାଇଜିର ପ୍ରତିନିଧିମଣ୍ଡଳ ଏବଂ ଦୁଇ ପ୍ରସାରକ- ଜିଓ ଏବଂ ଡିଜ୍‌ନୀ ଷ୍ଟାର୍‌ର ଏକ ବଡ଼ ଦଳରକୁ ସମାୟୋଜିତ କରିହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking