26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଆତ୍ମହତ୍ୟା କଲା ଏମ୍‌ବିଏ ଛାତ୍ର

ଆତ୍ମହତ୍ୟା କଲା ଏମ୍‌ବିଏ ଛାତ୍ର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବିକାଶ ନଗର ଅଞ୍ଚଳରେ ଜଣେ ଏମବିଏ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛି । ଏହି ଘଟଣାଟି ମଙ୍ଗଳବାର ଘଟିଥିବା ନେଇ ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ସୂଚନା ଅନୁସାରେ, ସାଗରପୁର ଆଇଆଇଡିଏମ୍ କଲେଜର ଜଣେ ୨୦ ବର୍ଷୀୟ ଛାତ୍ର ଜଣକ ଦୁପଟା ବ୍ୟବହାର କରି ସିଲିଂ ଫ୍ୟାନରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଛାତ୍ରୀଙ୍କ ପରିବାର ତାଙ୍କୁ ମୋବାଇଲ୍ ଫୋନ୍ ନିଶା ଛାଡି ପାଠପଢ଼ାରେ ଧ୍ୟାନ ଦେବା ପାଇଁ ଭର୍ତ୍ସନା କରିଥିଲେ, ଯାହା ଫଳରେ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ବେଳେ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking