30.1 C
Bhubaneswar
Thursday, March 19, 2026
Homeଓଡିଶାଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ଦାବିରେ ମୟୂରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ପାଳନ

ଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ଦାବିରେ ମୟୂରଭଞ୍ଜ ୧୨ ଘଣ୍ଟିଆ ବନ୍ଦ ପାଳନ

ମୟୂରଭଞ୍ଜ: ଆଦିବାସୀ ଛାତ୍ର ସଙ୍ଗଠନ ‘ମାସା ଆର୍ମି ‘ ନେତୃତ୍ୱରେ ୧୨ ଘଣ୍ଟିଆ ମୟୂରଭଞ୍ଜ ପାଳନ । ଏହି ବନ୍ଦ ପାଳନ ପ୍ରଭାବରେ ଜିଲ୍ଲାରେ ଗାଡ଼ି ମଟର ଚଳାଚଳ କେତେକାଂଶରେ ପ୍ରଭାବିତ ହୋଇଥିବା ଜଣାପଡିଛି। ତେବେ ଅକ୍ଟୋବର ୨୨ ତାରିଖ ରାସଗୋବିନ୍ଦପୁର ଥାନା ନଳଗଜାରୁ ଯାତ୍ରା ଦେଖି ବିଳମ୍ବିତ ରାତିରେ ଦୁଇ ଆଦିବାସୀ ନାବାଳିକା ସ୍କୁଟିରେ ଘରକୁ ଫେରିବା ରାସ୍ତାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାକୁନେଇ ରାସଗୋବିନ୍ଦପୁର ଥାନାରେ ୪୨୨/୨୫ ନଂ ମାମଲା ରୁଜୁ ହୋଇଥିବା ବେଳେ ବେତନଟୀ ଏସଡିପିଓ ମିନତି ବିଶ୍ଵାଳ ତଦନ୍ତ ଭାର ହାତକୁ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣରେ ସଫଳ ହୋଇଥିଲେ। ମାତ୍ର ପୀଡ଼ିତା ଦୁଇ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ସାମାଜିକ ଓ ଆର୍ଥିକ ନ୍ୟାୟ ପ୍ରଦାନ ସାଙ୍ଗକୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ଭଳି ୨ ଦଫା ଦାବିରେ ଆଦିବାସୀ ଛାତ୍ର ସଙ୍ଗଠନ ମାସା ଆର୍ମି ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ କରାଯାଇଛି। ଅନ୍ୟପଟେ ସଂପୃକ୍ତ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଜଣେ ଫେରାର ଥିବା ଆଲୋଚନା ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking