17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସବୁ ଭାରତବାସୀ ଏକାଠି ରୁହନ୍ତୁ: ମୋଦୀ

ସବୁ ଭାରତବାସୀ ଏକାଠି ରୁହନ୍ତୁ: ମୋଦୀ

ନୂଆଦିଲ୍ଲୀ: ସଂସଦଭବନରେ ସର୍ବଦଳୀୟ ବୈଠକ ଚାଲିଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି । ବୈଠକରେ ମଲ୍ଲିକାର୍ଜୁନ ଖଡ୍ଗେ , ରାହୁଲ ଗାନ୍ଧୀ, ଅମିତ ଶାହ, କିରଣ ରିଜିଜୁ, ଜେପି ନଡ୍ଡା ମଧ୍ୟ ସାମିଲ ହୋଇଛନ୍ତି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ସବୁ ଭାରତବାସୀ ଏକାଠି ରୁହନ୍ତୁ । ସମସ୍ତେ ଏକାଠି ହେଇ ସାମ୍ନା କରିବା । ଅନ୍ୟପଟେ, ପାକିସ୍ତାନ ଆକ୍ରମଣ ଯୋଗୁଁ ସର୍ବାଧିକ ପ୍ରଭାବିତ ଜିଲ୍ଲା ହେଉଛି ପୁଞ୍ଚ୍‌। ଏହି ଜିଲ୍ଲାରେ ହିଁ ୧୫ ନାଗରିକଙ୍କ ମୃତ୍ୟୁ ହୋଇଛି।  ୪୩ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ପାକିସ୍ତାନ ପଟୁ ଲଗାତାର ଗୁଳିଗୋଳା ମାଡ଼ ହେଉଥିବାରୁ ସେନାମୁଖ୍ୟ ଉପେନ୍ଦ୍ର ଦ୍ବିବେଦୀ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି। ଲୋକମାନେ ପ୍ରାଣ ବିକଳରେ ବଙ୍କର୍‌ରେ ଆଶ୍ରୟ ନେଇଛନ୍ତି।  ଭାରତର ‘ଅପରେସନ୍ ସିନ୍ଦୂର’ ଦ୍ବାରା ୮୦ ଆତଙ୍କବାଦୀ ନିପାତ ହେବାପରେ ପାକ୍‌  ସେନା  ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking