ଜଗତସିଂହପୁର: ମାଟ୍ରିକ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷାରେ କମ ନମ୍ବର ମିଳିବାରୁ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛିି ।ଜଗତସିଂହପୁର ସଦର ଥାନା ଅଳସୁନ୍ଧା ଗାଁରେ ଛାତ୍ରଙ୍କ ଆତ୍ମହତ୍ୟା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ସୂଚନା ଥାଉ କି ଆଜି ୪ଟାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା । ୨ ଲକ୍ଷ ୪୦ ହଜାର ୨୫୧ ପୁଅ ପାସ କରିଛନ୍ତି । ୨ ଲକ୍ଷ ୪୪ ହଜାର ୬୧୨ ଝିଅ ପାସ କରିଛନ୍ତି । ୫ ଲକ୍ଷ ୨ ହଜାର ୪୧୭ ପରୀକ୍ଷା ଦେଇଥିଲେ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ଚଳିତ ଥର ପାସହାର ୯୪.୩ ପ୍ରତିଶତ ରହିଛି । ୪ ଲକ୍ଷ ୮୪ ହଜାର ୮୬୩ ଜଣ ପାସ କରିଛନ୍ତି । ୧୭ ହଜାର ୩୮୪ ଜଣ ଫେଲ ହୋଇଛନ୍ତି । ଚଳିତ ଥର ମାଟ୍ରିକ ପରୀକ୍ଷା ୫ ଲକ୍ଷ ୨ ହଜାର ୪୧୭ ଜଣ ପରୀକ୍ଷା ଦେଇଥିଲେ ।