26.1 C
Bhubaneswar
Wednesday, February 11, 2026
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧିନ ଚାମାରଗାଁ ଗ୍ରାମ ପଞ୍ଚାୟତର ପ୍ରୁଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକା ନବମ ଶ୍ରେଣୀର ଛାତ୍ରୀଙ୍କୁ ବିଦ୍ୟାଳୟର ଗଣିତ ଶିକ୍ଷକ ଅସଦାଚରଣ କରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଘଟଣା ଅନୁସାରେ ଜଳେଶ୍ୱର ବ୍ଲକ ଅର୍ନ୍ତଗତ ରାଇବଣିଆ ଥାନା ଅଧିନ ପ୍ରୁଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ୍ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାରର ଅସଦାଚରଣ କରିଆସୁଥିଲେ । ଏହି ଘଟଣା ଘରେ ଜଣାଇଲେ ସମ୍ପୃକ୍ତା ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ୍ କରିଦେବାର ଧମକ୍ ଶିକ୍ଷକ ମଧ୍‌ଯ ଦେଇ ଆସୁଥିଲେ ।

ଏନେଇ ପୀଡ଼ିତା ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିିନଥିଲା । ପରେ ଛାତ୍ରୀ ଜଣକ ତାଙ୍କ ମାମୁଁଙ୍କୁ ଜଣାଇବା ପରେ ଗତ ରବିବାର ସନ୍ଧ୍ୟା ସମୟରେ ଛାତ୍ରୀର ବାପା-ମା ଓ ଛାତ୍ରୀ ନିଜେ ରାଇବଣିଆ ଥାନାରେ ଘଟଣା ସଂମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ରାଇବଣିଆ ଆଇଆଇସି ଲୋପାମୁଦ୍ରା ପଣ୍ଡା ପ୍ରଧାନ ଶିକ୍ଷକ ଓ ଗଣିତ ଶିକ୍ଷକଙ୍କୁ ଥାନାକୁ ଉଠାଇ ଆଣିଥିଲେ । ଖବର ପାଇ ବାଲେଶ୍ୱର ଆଡିସନାଲ ଏସପି ନିରଞ୍ଜନ ବେହେରା, ଡିଏସପି ନିର୍ମଳା ଗୋଛାୟତ, ଏସଡ଼ିପିଓ ସୁବ୍ରତ ବେହେରା, ଏଡିଇଓ ପୂର୍ଣ୍ଣିମା ମହାପାତ୍ର, ବିଇଓ ଜଗବନ୍ଧୁ ଜେନା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରି ପ୍ରଶାନ୍ତ ରାଉତ, ସୁଖିରାମ ଗହିର ପ୍ରମୁଖ ସୋମବାର ସ୍କୁଲ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ପୀଡ଼ିତା ଛାତ୍ରୀ ଓ ଅଭିଭାବକଙ୍କୁ ଭେଟି ତଦନ୍ତ କରିଥିଲେ । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଉଭୟ ପ୍ରଧାନ ଶିିକ୍ଷକ ଏବଂ ଗଣିତ ଶିକ୍ଷକଙ୍କୁ ଗିରଫ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking