25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନିଟ୍‌ ଲିକ୍ ପଛର ମାଷ୍ଟରମାଇଣ୍ଡ୍‌ ଗିରଫ

ନିଟ୍‌ ଲିକ୍ ପଛର ମାଷ୍ଟରମାଇଣ୍ଡ୍‌ ଗିରଫ

ନୂଆଦିଲ୍ଲୀ : ନିଟ୍-ୟୁଜି ୨୦୨୪ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ରବି ଅତ୍ରୀକୁ ଉତ୍ତରପ୍ରଦେଶ ସ୍ପେସାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଗିରଫ କରିଛି। ଗ୍ରେଟର ନୋଏଡାର ନିମକା ଗାଁର ଅତ୍ରୀକୁ ଏକ ଅଜ୍ଞାତ ସ୍ଥାନରେ ଠାବ କରାଯିବା ପରେ ଗିରଫ ପାଇଁ ଏକ ସ୍ବତନ୍ତ୍ର ଅପରେସନ ହୋଇଥିଲା। ସୂଚନାଯୋଗ୍ୟ, ନିଟ୍-ୟୁଜି ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ ନମ୍ବର ରଖିବା ପରେ ବିବାଦ ଉପୁଜିଥିଲା। କେତେକ କେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଏବଂ କାଗଜ ବଣ୍ଟନରେ ବିଳମ୍ବ ହେତୁ ଗ୍ରେସ୍ ମାର୍କ ପ୍ରଦାନକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦାୟୀ କରିଛି। ତେବେ ବିହାର ପୁଲିସ ତଦନ୍ତରୁ ଜଣାପଡିଛି ଯେ କିଛି ନିର୍ଦ୍ଦିଷ୍ଟ ପରୀକ୍ଷାର୍ଥୀଙ୍କ ପରୀକ୍ଷାପତ୍ର ଲିକ୍ ହୋଇଛି। ପାଖାପାଖି ୨୪ ଲକ୍ଷ ଆଶାୟୀ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ଥିବା ନିଟ୍-ୟୁଜି ପରୀକ୍ଷା ମେ ୫ରେ ଅନୁଷ୍ଠିତ ହୋଇଥିଲା ଏବଂ ଜୁନ୍ ୪ରେ ଫଳ ପ୍ରକାଶ ପାଇଥିଲା। ସ୍ବଚ୍ଛ ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏର ପ୍ରୟାସ ସତ୍ତ୍ବେ ବ୍ୟାପକ ଲିକ୍ ଅଭିଯୋଗ ଜାରି ରହିଥିଲା ଏବଂ ଏହାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳିଲା। ସୁପ୍ରିମ୍ କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଏନ୍‌ଟିଏକୁ ମାମଲାର ପରିଚାଳନା ପାଇଁ କଡ଼ା ସମାଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking