28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶହଂକଂରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ

ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ: ୪୪ ମୃତ

ନୂଆଦିଲ୍ଲୀ: ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ । ହଂକଂର ତାଇପୋ ଅଞ୍ଚଳରେ ଥିବା ଏକ ସରକାରୀ କମ୍ପେ୍ଲକ୍ସରେ ଭୟଙ୍କର ନିଆଁ ଲାଗିଛି । ୮ଟି ବ୍ଲକରୁ ୭ଟିରେ ନିଆଁ ବ୍ୟାପି ଯିବାରୁ ଅତି କମରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି ।୩୨ ମହଲା ବିଶିଷ୍ଟ କୋଠାର ବାହାର ଭାଗରେ ବନ୍ଧା ହୋଇଥିବା  ବାଉଁଶରେ ହଠାତ୍ ନିଆଁ ଲାଗିଯାଇଥିଲା। ମରାମତି କାର୍ଯ୍ୟ ପାଇଁ ବାଉଁଶ ବନ୍ଧା ଯାଇଥିଲା।  ନିଆଁ  ଦ୍ରୁତ ଗତିରେ ବ୍ୟାପିଥିଲା।କମ୍ପ୍ଲେକ୍ସର ଆଠଟି ଟାୱାର ମଧ୍ୟରୁ ସାତଟି ଟାୱାର ପ୍ରଭାବିତ ହୋଇଥିଲା। ଯେହେତୁ ବାଉଁଶ ସ୍କାଫୋଲ୍ଡିଂ ଜ୍ୱଳନଶୀଳ ଫୋମ୍ ସିଟ୍ ଏବଂ ବାଉଁଶରେ ତିଆରି ହୋଇଥିଲା, ତେଣୁ ନିଆଁ ଅଳ୍ପ ସମୟ ମଧ୍ୟରେ ଟାୱାରଗୁଡ଼ିକୁ ଗ୍ରାସ କରିଥିଲା।ଫଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ କଷ୍ଟକର ହୋଇ ପଡ଼ିଥିଲା। ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୨୭୯ ଜଣ ନିଖୋଜ ଅଛନ୍ତି ବୋଲି ଜଣାପଡିଛି।

ଅଗ୍ନିଶମ  ବାହିନୀଙ୍କ ଉଦ୍ୟମ ସତ୍ତ୍ବେ ଗୁରୁବାର ସକାଳ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଲିଭି ନଥିଲା। କୋଠା ଭିତରେ ତାପମାତ୍ରା ଅଧିକ ରହିଥିଲା। ଯାହା ଫଳରେ ଭିତରେ ଫସି ରହିଥିବା ଲୋକଙ୍କ ପାଖକୁ ଅଗ୍ନିଶମ କର୍ମଚାରୀଙ୍କ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ୯୦୦ ରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।ଜଣେ ୩୭ ବର୍ଷୀୟ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଉଥିବାବେଳେ ମୃତ୍ୟୁବରଣ କରିଥିଲେ। ସେହିପରି ଅନ୍ୟ ଜଣେ ଅଧିକ ଉତ୍ତାପ ଯୋଗୁ ତଳେ ପଡ଼ିଯାଇଥିଲେ। ଘନ ଧୂଆଁ ଯୋଗୁ ଅନେକ ବାସିନ୍ଦା ନିଃଶ୍ବାସ ନେବାରେ ସମସ୍ୟାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ଚିକିତ୍ସା ଲାଗି ଡାକ୍ତରଖାନା ରେ ଭର୍ତ୍ତି ହୋଇଛନ୍ତି। ଉଦ୍ଧାରକାରୀ ଦଳ ରାତିସାରା ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ଅଗ୍ନିକାଣ୍ଡର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ନିର୍ମାଣ ସାମଗ୍ରୀ ଏବଂ ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ବିଶେଷଜ୍ଞମାନେ ତଦନ୍ତ କରୁଛନ୍ତି। ହଂକଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି ଘୋଷଣା କରିଛନ୍ତି ଯେ, ସରକାର ବିପର୍ଯ୍ୟୟ ପରିଚାଳନା ଉପରେ ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ଡିସେମ୍ବର ୭ ନିର୍ବାଚନ ସହିତ ଜଡିତ ସାର୍ବଜନୀନ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯିବ। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking