29.1 C
Bhubaneswar
Thursday, June 19, 2025
Homeଦେଶ ବିଦେଶକୋଲକତାର ଖିଦିରପୁର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତାର ଖିଦିରପୁର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକତା: କୋଲକତାରେ ମହାନଗରର ଖିଦିରପୁର ବଜାରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଶହ ଶହ ଦୋକାନ ପୋଡି ପାଉଁଶ ହୋଇଯାଇଛି । ନିଆଁ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୧୩୦୦ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବଜାର ଭିତରେ ଥିବା ଗୋଦାମଗୁଡିକ ମଧ୍ୟ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଷମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ନିଆଁ ଭୟଙ୍କର ରୂପ ନେଇଥିଲା । ଏପରି ପରିସ୍ଥିତିରେ ଅଗ୍ନିଶମ ବାହିନୀ କର୍ମଚାରୀମାନଙ୍କୁ ଭିତରକୁ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏହି ଅଗ୍ନିକାଣ୍ଡକୁ ଲିଭାଇବା ପାଇଁ ୨୨ଟି ଦମକଳ ଗାଡି ନିୟୋଜିତ କରାଯାଇଛି । କୋଲକତା ପୋଲିସ ଅଗ୍ନିକାଣ୍ଡର କାରଣ ତଦନ୍ତ କରୁଛି । ତଥାପି, ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking