ସମ୍ବଲପୁର: ସମ୍ବଲପୁରର ଚିପଲିମା ପାୱାର ହାଉସ୍ରେ ଏକ ବଡ ଅଗ୍ନିକାଣ୍ଡ ଘଟିଛି । ପାୱାର ହାଉସ୍ର ସର୍କିଟ ୨ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ ରିପୋର୍ଟ ମିଳିନାହିଁ । ଅଗ୍ନିକାଣ୍ଡ ଘଟିବାର କାରଣ ଏର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ଅଗ୍ନିକାଣ୍ଡ ଯୋଗୁଁ ମୁଖ୍ୟ ନିୟନ୍ତ୍ରଣ କେବୁଲ ସମ୍ପୂର୍ଣ୍ଣ ଜଳିଯାଇଛି । ଏହା ସହ ଲକ୍ଷ ଲକ୍ଷ ଟଙ୍କାର ବିଭିନ୍ନ ବିଦ୍ୟୁତ ଉପକରଣ ମଧ୍ୟ ଜଳି ପାଉଁସ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ଚିପଲିମା ପାୱାର ହାଉସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ପରିମାଣ ତଦନ୍ତ କରୁଛନ୍ତି ।










