26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଜେଲ୍ ଭିତରେ ଭୟଙ୍କର ବିସ୍ଫୋରଣ

ଜେଲ୍ ଭିତରେ ଭୟଙ୍କର ବିସ୍ଫୋରଣ

ଅମରାବତୀ: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଅମରାବତୀ ସେଣ୍ଟ୍ରାଲ ଜେଲ୍ ପାଖରେ ଭୟଙ୍କର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଜେଲ୍‌ର ପାଚେରୀକୁ ମାଡ କରାଯାଇଥିବା ଦୁଇଟି ଟେନିସ୍ ବଲ୍ ଘଟଣାସ୍ଥଳରୁ ଜବତ କରାଯାଇଛି । ଟେନିସ୍ ବଲ୍ ଭିତରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରାଯାଇ ଏଠାରେ ମାଡ଼ କରାଯାଇଛି । ତେବେ ଏସବୁ କିଏ କରିଛି ଏବଂ ଜେଲ୍ ପର୍ଯ୍ୟନ୍ତ ଏସବୁ ବିସ୍ଫୋରକ କିପରି ଆସିଲା ସେନେଇ ଏବେ ଛାନ୍‌ବିନ୍ ଆରମ୍ଭ ହୋଇଥିବା ବେଳେ କଏଦୀମାନେ ଭୀଷଣମାତ୍ରାରେ ଭୟଭୀତ ହୋଇପଡିଛନ୍ତି । ମହାରାଷ୍ଟ୍ର ପୁଲିସ କମିଶନର ନବୀନଚନ୍ଦ୍ର ରେଡ୍ଡୀ ଓ କିଛି ଡିସିପି ସମେତ ଅନ୍ୟ ଅଧିକାରୀପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏକ କ୍ରିକେଟ ବଲ୍ ବିସ୍ଫୋରିତ ହେବାରୁ ଏହି ବିସ୍ଫୋରଣ ଭଳି ଘଟଣା ସଂଘଠିତ ହୋଇଛି । କିଛି ଦୁର୍ବୃତ୍ତ ରାତିରେ ଜେଲ କାନ୍ଥ ବାହାରେ ବାରୁଦ ଭର୍ତ୍ତି ଦୁଇଟି ବଲ୍ ଫୋପାଡିଥିବା ସନ୍ଦେହ କରାଯାଉଛି । ଏହି ସମୟରେ ଗୋଟିଏ ବଲ୍ ବିସ୍ଫୋରଣ ହୋଇଥିବା ବେଳେ ଅନ୍ୟ ଏକ ବଲ ଫୁଟିନଥିଲା, ଯାହାକୁ ଜବତ କରାଯାଇଛି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି । କିନ୍ତୁ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିସ୍ଫୋରଣରେ କେଉଁ ପ୍ରକାରର ବାରୁଦ ବ୍ୟବହାର କରାଯାଇଥିବା ଫରେନ୍‌ସିକ୍ ଯାଞ୍ଚ ପରେ ଜଣାପଡିବ ବୋଲି ପୁଲିସ କମିଶନର ନବୀନଚନ୍ଦ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking