30.1 C
Bhubaneswar
Thursday, March 19, 2026
Homeଓଡିଶାଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର; ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର; ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ଛତିଶଗଡ଼଼: ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି ରହିଛି। ବିଜାପୁରରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ଏକାଧିକ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅପରପକ୍ଷରେ ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ଜଣେ ମାଓବାଦୀଙ୍କ ମୃତଦେହ ମିଳିଛି। ପୁଲିସ ପକ୍ଷରୁ ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ଗୁଳି ବିନିମୟ ଜାରି ରହିଛି। ପୁଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଦାନ୍ତେୱାଡା ଏବଂ ବିଜାପୁର ଜିଲାର ସୀମାନ୍ତବର୍ତ୍ତୀ ଏକ ଜଙ୍ଗଲରେ ସକାଳ ପ୍ରାୟ ୮ଟା ସମୟରେ ସୁରକ୍ଷାକର୍ମୀଙ୍କ ଏକ ଦଳ ମାଓ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ଏବଂ ଗୁଳି ବିନିମୟ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking