28.1 C
Bhubaneswar
Thursday, April 2, 2026
Homeଓଡିଶାଯାଜପୁର ଜିଲ୍ଲାର ହରମୁକୁନ୍ଦ ବାରୁଣୀ ତୀର୍ଥ କ୍ଷେତ୍ରରେ ସାମୁହିକ ଦୀପଦାନ ଓ ବୈତରଣୀ ଆଳତୀ

ଯାଜପୁର ଜିଲ୍ଲାର ହରମୁକୁନ୍ଦ ବାରୁଣୀ ତୀର୍ଥ କ୍ଷେତ୍ରରେ ସାମୁହିକ ଦୀପଦାନ ଓ ବୈତରଣୀ ଆଳତୀ

ଯାଜପୁର: ସନାତନ ସଂସ୍କୃତି ହେଉଛି ବିଶ୍ୱର ସର୍ବପୂରାତନ ସଂସ୍କୃତି ସନାତନ ଧର୍ମ ରୁ ସବୁ ଧର୍ମ ଉତୁପତି ବେଦ ଗୀତା ଭାଗବତ ରାମାୟଣ ମହା ଭାରତ ଓ ଅଷ୍ଟାଦଶ ପୁରାଣ ସମାଜ କୁ ଦିଗ ଦର୍ଶନ ଦେଇ ଥାଏ l ଓ ମନୁଷ୍ୟ ସମାଜ କୁ ଧର୍ମ ମାଧ୍ୟ୍ୟମ ରେ ପରିଚାଳିତ କରିବା ପାଇଁ ବାଟ ଦେଖାଇ ଥାଏ l ବେଦ ରେ ଶିକ୍ଷା ରୋଗ ନିରାକଣ ଓ ବୈଜ୍ଞାନିକ କଳା ସଂକୃତି ସୁସ୍ଥ ସମାଜ ଗଠନ କରିବା ପାଇଁ ପ୍ରେରଣା ଦେଇ ଥାଏ ସନାତନ ଧର୍ମ କୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ପାଇଁ ବ୍ୟକ୍ତା ମାନେ ଆହ୍ୱାନ ଦେଇ ଥିଲେଏହି ଅବସରରେ ପୌରାଣିକ ଐତିହ୍ୟ ବହନ କରୁଥିବା ଯାଜପୁର ଜିଲ୍ଲାର ହରମୁକୁନ୍ଦ ବାରୁଣୀ ତୀର୍ଥ କ୍ଷେତ୍ର ସଲଗ୍ନ ହରମୁକୁନ୍ଦ ସ୍ୱର୍ଗଧାମରେ ପିତୃପୁୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ସାମୁହିକ ଦୀପଦାନ ଓ ବୈତରଣୀ ଆଳତୀ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସନାତନ ସଂସ୍କୃତି ଉପରେ ଆଲୋଚନା କରାଯାଇଥିଲା। ସନାତନ ସଂସ୍କୃତି ହେଉଛି ବିଶ୍ୱର ସର୍ବପୂରାତନ ସଂସ୍କୃତି। ଏହି ସଂସ୍କୃତିର ଝଲକ ଅନ୍ୟାନ୍ୟ ଧାର୍ମିକ ଚିନ୍ତାଧାରାରେ ମଧ୍ୟ ଦେଖିବାକୁ ମିଳେ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା। ଏହି ଅବସରରେ ଆତସବାଜୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତ ଲୋକଙ୍କ ମନମୋହିଥିଲା। ପରେ ନିର୍ଦ୍ଧାରିତ ବ୍ୟକ୍ତିବିଶେଷଙ୍କୁ କମ୍ବଳ ଓ ମିଷ୍ଠାନ୍ନ ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରୁ ପ୍ରାୟ ୩୫୦ ଜଣ ଭାଗ ନେଇଥିଲେ। ମୁଖ୍ୟ ଅତିଥିଭାବେ ଶ୍ରୀ ନାରାୟଣ ଚନ୍ଦ୍ର ନନ୍ଦ ଯୋଗଦେଇଥିବାବେଳେ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କମିଟି ସଭାପତି ସନ୍ତୋଷ ନନ୍ଦ, ସମ୍ପାଦକ ଶରତ କୁମାର ପଣ୍ଡା, ଆବାହକ ଅନାଦି ମିଶ୍ର, ଅନ୍ୟତମ ଆବାହକ ପ୍ରମୋଦ କୁମାର ସାମନ୍ତ, ଉପଦେଷ୍ଟା ଅଜିତ ସାମନ୍ତ, ଅକ୍ଷୟ ମିଶ୍ର, ପୂର୍ବତନ ସାଂସଦ ଅଂଚଳ ଦାଶ, ଯାଜପୁର ଜିଲ୍ଲା ବିକାଶ ମଂଚ ମୁଖ୍ୟ ତଥା ସାମ୍ବାଦିକ ତରୁଣ ନନ୍ଦ, ରାଜ୍ୟ ବିଜେପି ପରିଷଦ ସଦସ୍ୟ ତପନ ନନ୍ଦ, ସ୍ଥାନୀୟ ୧୮ନମ୍ବର ୱାର୍ଡ ସଦସ୍ୟ ରବୀନ୍ଦ୍ର ପଣ୍ଡା, ସଦସ୍ୟ ଗୟାଧର ପରୀକ୍ଷା, ଦିବାକର ମିଶ୍ର, ସୁଧାକର ନନ୍ଦ, ସୁବାଶିଷ ନନ୍ଦ, ପରମାନନ୍ଦ ମିଶ୍ର, ଶରତ ନନ୍ଦ, ରମେଶ ଜେନା, ନଟ ଜେନା,ବ୍ରଜ ଜେନା, ଗଗୁଆ ଜେନା, ଅମୁଲ୍ୟ ଜେନା, ଅଜିତ ଜେନା, ସଦସ୍ୟା ଆଶାଲତା ନନ୍ଦ, ଅନ୍ନପୂର୍ଣ୍ଣା ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking