24.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶଶିକ୍ଷା ଅପେକ୍ଷା ବିବାହରେ ହେଉଛି ଦ୍ୱିଗୁଣା ଖର୍ଚ୍ଚ: ରିପୋର୍ଟ

ଶିକ୍ଷା ଅପେକ୍ଷା ବିବାହରେ ହେଉଛି ଦ୍ୱିଗୁଣା ଖର୍ଚ୍ଚ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ବିବାହ ସହ ଜଡିତ ଶିଳ୍ପ ଖାଦ୍ୟ ଏବଂ ଗ୍ରସରୀ ଇଣ୍ଡଷ୍ଟ୍ରୀ ପରେ ସବୁଠାରୁ ବଡ଼ ଦ୍ୱିତୀୟ ଇଣ୍ଡଷ୍ଟ୍ରୀ । ଏକ ରିପୋର୍ଟ ମୁତାବକ ଭାରତରେ ଶିକ୍ଷା ତୁଳନାରେ ବିବାହରେ ଲୋକେ ଦ୍ୱିଗୁଣା ଖର୍ଚ୍ଚ କରୁଛନ୍ତି । ଭାରତରେ ବିବାହ ସହ ଜଡିତ ଶିଳ୍ପର ଆକାର ହେଉଛି ୧୦ ଲକ୍ଷ କୋଟି ଟଙ୍କା । ବୈଦେଶିକ ବ୍ରୋକରେଜ ହାଉସ ଜେଫରୀଜ ନିଜ ରିପୋର୍ଟରେ କହିଛି ଯେ, ଭାରତରେ ପ୍ରତି ବର୍ଷ ୮୦ ଲକ୍ଷରୁ ୧ କୋଟି ବିବାହ ହେଉଛି, ଯାହା ଚୀନରେ ୭୦-୮୦ ଲକ୍ଷ ଏବଂ ଆମେରିକାରେ ୨୦-୨୫ ଲକ୍ଷ ଅଟେ ।

ରିପୋର୍ଟ ମୁତାବକ ଭାରତର ୱେଡିଙ୍ଗ ଇଣ୍ଡଷ୍ଟ୍ରୀର ଆକାର ପାଖାପାଖି ୧୩୦ ବିଲିୟନ ଡଲାର ଅଟେ, ଯାହା ଆମେରିକାର ୭୦ ବିଲିୟନ ଡଲାର ତୁଳନାରେ ପାଖାପାଖି ଦ୍ୱିଗୁଣା ବଡ ଅଟେ, ଯାହା ଚୀନର ୧୭୦ ବିଲିୟନ ଡାଲର ତୁଳନାରେ ଭାରତର ୱେଡିଙ୍ଗ ଇଣ୍ଡଷ୍ଟ୍ରୀର ଆକାର ଛୋଟ ଅଟେ । ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବିବାହ ସବୁଠାରୁ ବଡ଼ କଞ୍ଜମ୍ପସନ କାଟାଗୋରୀରେ ଆସିଥାଏ । ରିପୋର୍ଟ ମୁତାବକ ବିବାହ ଯଦି କୌଣସି କାଟାଗୋରୀରେ ହୋଇଥାଏ ତେବେ ଫୁଡ ଏବଂ ଗ୍ରସରୀ ପରେ ସବୁଠାରୁ ଦ୍ୱିତୀୟ ବଡ଼ ରିଟେଲ କାଟାଗୋରୀରେ ଆସିଥାଏ । ଭାରତରେ ଫୁଡ-ଗ୍ରସରୀର ଆକାର ୬୮୧ ବିଲିୟନ ଡଲାର ଅଟେ । ଭାରତରେ ହାରାହାରି ବିବାହରେ ଲୋକେ ୧୫ ହଜାର ଡଲାର ଅର୍ଥାତ ୧୨,୫୦,୦୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଭାରତୀୟ ହାରାହାରି ଶିକ୍ଷା ଉପରେ ଖର୍ଚ୍ଚ କରୁଥିବା ତୁଳନାରେ ବିବାହରେ ଦ୍ୱିଗୁଣା ଖର୍ଚ୍ଚ କରନ୍ତି । ଯେଉଁଥିରେ ଆମେରିକା ସମେତ ଅନ୍ୟ ଦେଶରେ ଶିକ୍ଷା ଉପରେ କରାଯାଉଥିବା ଖର୍ଚ୍ଚ ତୁଳନାରେ ବିବାହରେ ଅଧା ଖର୍ଚ୍ଚ କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking