26.1 C
Bhubaneswar
Sunday, April 5, 2026
Homeଦେଶ ବିଦେଶଆତ୍ମହତ୍ୟାର କାରଣ ନୁହେଁ ଦାମ୍ପତ୍ୟ କଳହ : ବମ୍ଵେ ହାଇକୋର୍ଟ

ଆତ୍ମହତ୍ୟାର କାରଣ ନୁହେଁ ଦାମ୍ପତ୍ୟ କଳହ : ବମ୍ଵେ ହାଇକୋର୍ଟ

ବମ୍ଵେ: ଆତ୍ମହତ୍ୟାର କାରଣ ନୁହେଁ ଦାମ୍ପତ୍ୟ କଳହ। ଆତ୍ମହତ୍ୟା ପାଇଁ ସ୍ଵାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ଦାୟୀ କରିବା ଅନୁଚିତ୍। ବମ୍ଵେ ହାଇକୋର୍ଟ ଏଭଳି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଏକ ଆତ୍ମହତ୍ୟା ମାମଲାର ଶୁଣାଣି କରି ଜଣେ ମହିଳାଙ୍କ ବିରୋଧରେ ଲାଗିଥିବା ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗକୁ କୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ଦାମ୍ପତ୍ୟ କଳହ ଆଧାରରେ ଜଣେ ଜୀବନସାଥୀ ଉପରେ ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗ ଆଣିବା ଅନୁଚିତ୍। ଘରୋଇ ଜୀବନରେ ମତଭେଦ ଏବଂ ମାନସିକ ଚାପ ସାଧାରଣ କଥା। ଏହାକୁ ସିଧା ସଳଖ ଭାବେ ଆତ୍ମହତ୍ୟା ସହ ଯୋଡ଼ନ୍ତୁ ନାହିଁ।

ଜଷ୍ଟିସ୍ ଉର୍ମିଳା ଜୋଶୀ ଫାଲକେ କହିଛନ୍ତି ଯେ, ଏହି ମାମଲାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ନିର୍ଯାତନା ଏବଂ ଉତ୍ପୀଡ଼ନର ଅଭିଯୋଗ କରିଥିଲେ। ହେଲେ ଆତ୍ମହତ୍ୟା ପଛରେ ମାନସିକ ଚାପର କାରଣ କୁହାଯାଇପାରେ କିନ୍ତୁ ଏଥିପାଇଁ ମହିଳାଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରାଯାଇପାରିବ ନାହିଁ। ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଥିଲେ ଜଣଙ୍କୁ ଦାୟୀ କରି ହେବ। ହେଲେ ରାଗରେ କୁହାଯାଇଥିବା ଶବ୍ଦ ଗୁଡ଼ିକ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। ଅପରପକ୍ଷରେ ମୃତକ ଛାଡ଼ିଯାଇଥିବା ସୁଇସାଇଡ୍ ନୋଟ୍ ରେ ମଧ୍ୟ କାହାର ନାମ ନାହିଁ। ତେଣୁ ଏଥିପାଇଁ ସିଧାସଳଖ କାହାକୁ ଦାୟୀ କରିହେବ ନାହିଁ। ସୂଚନା ଥାଉକି, ୧୯୯୬ ମସିହାରେ ଦମ୍ପତିଙ୍କ ବିବାହ ହୋଇଥିଲା। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଳହ ବଢିଥିଲା। ୨୦୧୯ରେ ମହିଳାଙ୍କ ସ୍ଵାମୀ ଆତ୍ମହତ୍ୟା କରିଦେଇଥିଲେ। ମୃତକଙ୍କ ପରିବାର ଲୋକ ମହିଳାଙ୍କୁ ଦାୟୀ କରି ଥାନାରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking