28.7 C
Bhubaneswar
Thursday, April 9, 2026
Homeଓଡିଶାକୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋଟିଏ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି । ଥାନା ଅଧିନ ହାତିବାରି ପଞ୍ଚାୟତର ଦେବତୀଗୁଡା ଗ୍ରାମ ପାର୍ଶ୍ଵ ଜଙ୍ଗଲରେ ଚଢ଼ାଉ କରି ଚାଲାଣ ପାଇଁ ଗଚ୍ଛିତ ୨୨୧୯ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ତେବେ ପୋଲିସକୁ ଦେଖି ଗଞ୍ଜେଇ ସଂଗ୍ରହ ଓ ଚାଲାଣକାରୀ ଖସି ପଳାଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଦେବେନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।ତାଙ୍କ ସୂଚନା ମୁତାବକ ଗୁଇନ୍ଦା ସୂଚନା ଆଧାରରେ ଥାନାଧିକାରୀ ଅଶୋକ କୁମାର ବିଶୋଇ ଓ ଏସଆଇ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ଵାଧୀନ ପାଡୁଆ ପୋଲିସ ଟିମ୍ ବୁଧବାର ରାତିରେ ଦେବତୀଗୁଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ଜଙ୍ଗଲ ମଧ୍ୟରେ ୧୮୦ ଗୋଟି ଜରି ବସ୍ତାରେ ଭର୍ତ୍ତି ପାଲ ଘୋଡ଼ା ହୋଇ ରହିଥିବା ଗଞ୍ଜେଇ ଦେଖିବାକୁ ପାଇଥିଲେ। ସମସ୍ତ ଗଞ୍ଜେଇକୁ ଥାନାକୁ ଅଣାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବସ୍ତା ଖୋଲି ଓଜନ କରିବାରେ ସମୁଦାୟ ୨୨୧୯ କିଲୋ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଥାନା କେସ ନ ୪୦/୨୦୨୬ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଏସଆଇ ଦୀପକ ବାରିକ କରୁଥିବା ଏସଡିପିଓ ମଲ୍ଲିକ ସୂଚନା ଦେଇଛନ୍ତି। ଚଢ଼ାଉରେ ସାମିଲ ପାଡୁଆ ପୋଲିସକୁ ପ୍ରଶଂସା କରିଛନ୍ତି । ଅତିଶୀଘ୍ର ପାଡୁଆ ପୋଲିସ ଗଞ୍ଜେଇ ସଂଗ୍ରହ ଓ ଚାଲାଣକାରୀଙ୍କୁ ଠାବ କରାଯିବ ବୋଲି ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking