32.1 C
Bhubaneswar
Tuesday, June 10, 2025
Homeଓଡିଶାଗଞ୍ଜେଇ ଚାଲାଣ: ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ

ଗଞ୍ଜେଇ ଚାଲାଣ: ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ

ଭଦ୍ରକ:  ଅଟୋରେ ହେଉଥିଲା ଗଞ୍ଜେଇ ଚାଲାଣ ।  ଚଢ଼ଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କଲା ଭଦ୍ରକ ଟାଉନ ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏକ ଅଟୋରେ ଜଣେ ଯୁବକ ଚୋରା ଗଞ୍ଜେଇ ନେଇ ରେଳ ଷ୍ଟେସନକୁ ଯାଉଥିଲେ । କୌଣସି ସୁତ୍ରରୁ ପୋଲିସ ଖବର ପାଇ ଭଦ୍ରକ ଅତିରିକ୍ତ ଏସପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଟାଉନ ପୋଲିସର ମିଳିତ ସହଯୋଗରେ ଚଢ଼ଉ କରାଯାଇଥିଲା । ଅଟୋ ଓ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ମାଫିଆକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ମାଫିଆ ଜଣକ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆଣୁଥିଲା ଓ କାହାକୁ ବିକ୍ରି କରିବାକୁ ନେଉଥିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking