କଟକ: ଦହିବରା ଆଳୁଦମ ନାଁ ଧରୁ ଧରୁ ପାଟିରୁ ବାହାରି ପଡୁଛି ପାଣି । କି ସୁନ୍ଦର ଖାଦ୍ୟ ! କି ସୁନ୍ଦର ପ୍ରସ୍ତୁତି ! ଏକ ନିଆରା ଖାଦ୍ୟ ଦହିବରା ଆଳୁଦମ । ଛୋଟରୁ ବଡ ସଭିଏଁ ଖାଇବାକୁ ପସନ୍ଦ କରନ୍ତି । ଗୋଟିଏ ପ୍ଲେଟ ଖାଇଦେଲେ ଜମା ଇଚ୍ଛା ହୁଏନି ଭାତ ଖାଇବାକୁ । କଟକ ସହରର ପ୍ରତ୍ୟେକ ଗଳି କନ୍ଦିରେ ପଡିଥାଏ ଦହିବରା ଷ୍ଟଲ । କେହି କେହି ମଧ୍ୟ ଦହିବରା ଆଳୁଦମ ଘରେ ତିଆରି କରି ସାଇକେଲରେ ଧରି ବକ୍ରି କରନ୍ତି । ଦହିବରା ଆଳୁଦମର ଉତ୍ପତ୍ତି ଓଡିଶାରୁ ହୋଇଛି । ଏହା ଏକ ପ୍ରକାର ଲୋକପ୍ରିୟ ଖାଦ୍ୟ । ଏହାକୁ ଖାଇବା ପାଇଁ ଲୋକମାନଙ୍କ ଭିଡ ଜମିଥାଏ । ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖରେ ଦହିବରା ଆଳୁଦମ ଦିବସ ଭାବେ ପାଳନ କରାଯାଏ । ତେବେ କୁହାଯାଏ ଯେ ଦହିବରା ପ୍ରଥମେ ବିଡାନାସୀ (ପୁରୁଣା କଟକ)ରେ ପ୍ରସ୍ତୁତି କରି ବିକ୍ରି କରାଯାଉଥିଲା । ଏହାକୁ ୨୦୨୦ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଷ୍ଟ୍ରୀଟ ଫୁଡ ଫେଷ୍ଟିଭାଲରେ ପୁରସ୍କାର ମିଳିଥିଲା । ଲୋକଙ୍କ କହିବା ଅନୁସାରେ , ବରା ପ୍ରତିଦିନ ନଷ୍ଟ ହେଉଥାଏ , ଫିଙ୍ଗା ଫୋପଡା କରାଯାଉଥାଏ , ଦିନେ ସେମାନଙ୍କ ମନରେ ଏକ ଉପାୟ ଆସିଲା , ବରାଗୁଡିକୁ ଯଦି ଦହିପାଣିରେ ବୁଡାଇ ମସଲାର ଆଳୁଦମ ସହିତ ଲୋକଙ୍କୁ ପରଷିବେ ତେବେ ଏହା ଏକ ଭଲ ଖାଦ୍ୟର ନାଁ ପାଇବ । ତେବେ ଏହା ଖାଲି ଖାଦ୍ୟ ନଥିଲା କଟକ – ଭୁବନେଶ୍ୱରରେ ଖରାଦିନେ ଲୋକମାନେ ଏହାକୁ ବେଶ ପସନ୍ଦ କରନ୍ତି । ଦହିବରା ହେଉଛି ଓଡିଆ ଖାଦ୍ୟ ଯେଉଁଥିରେ ବରା ଏବଂ ଆଳୁ ,ମଟର ଘୁଘୁନୀରେ ଧନିଆ ପତ୍ର , ପିଆଜ ପଡିଥାଏ । ଦହିବରା ଆଳୁଦମରେ ପ୍ରଚୁର ପରିମାଣରେ କାର୍ୱୋହାଇଡ୍ରେଟ , ଫାଇବର , ପ୍ରୋଟିନ ଏବଂ ପ୍ରୋବାୟୋଟିକ୍ସ ଥାଏ ।










