24.1 C
Bhubaneswar
Tuesday, February 10, 2026
Homeଓଡିଶାସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କଲେ ମାଓବାଦୀ

ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ଼ : ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ପୁଣି ମାଓ ହିଂସା। ଅରନପୁର ଥାନା ଅଞ୍ଚଳରେ ଜଣେ ସରପଞ୍ଚ ପାର୍ଥୀଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କଲେ ମାଓବାଦୀ। ମୃତକ ଜଣଙ୍କ ହେଲେ ଯୋଗା ବାରଷେ। ଯୋଗାଙ୍କୁ ଘରୁ ଟାଣି ଆଣି ମାଓବାଦୀମାନେ ଗାଁ ଦାଣ୍ଡରେ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର୍ କରାଯାଇଛି।

ସୂଚନାନୁଯାୟୀ, ଯୋଗା ବାରଷେ ପୂର୍ବରୁ ସିପିଆଇ ସଦସ୍ୟ ଥିଲେ। ହେଲେ କିଛି ଦିନ ପୂର୍ବରୁ ସେ ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ଯାହାଫଳରେ ମାଓବାଦୀମାନେ ତାଙ୍କ ଉପରେ ରାଗ ରଖିଥିଲେ। ଗୁରୁବାର ରାତିରେ ମାଓବାଦୀମାନେ ଯୋଗା ବାରଷେଙ୍କ ଘରେ ପଶି ତାଙ୍କୁ ଟାଣି ଆଣିଥିଲେ। ଗାଁ ଦାଣ୍ଡରେ ଏକ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିଲେ। ଛତିଶଗଡରେ ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଛନ୍ତି। ଜନ ପ୍ରତିନିଧିମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ତେବେ ନକ୍ସଲମାନେ ଗତ ୪ ଦିନ ମଧ୍ୟରେ ୪ ଜଣ ଲୋକଙ୍କୁ ହତ୍ୟା କରିଛନ୍ତି। ଏହି ସବୁ ଘଟଣା ପଞ୍ଚାୟତ ନିର୍ବାଚନ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking