19.1 C
Bhubaneswar
Friday, December 5, 2025
Homeଓଡିଶାବଢିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି

ବଢିଲା ମାଓବାଦୀଙ୍କ ଆତ୍ମସମର୍ପଣ ରାଶି

ଭୁବନେଶ୍ୱର: ମାଓବାଦୀଙ୍କୁ ଶେଷ ସୁଯୋଗ । ବଢିଲା  ମାଓ ଆତ୍ମସମର୍ପଣ ଅର୍ଥ ରାଶି ।  ୩ ଲକ୍ଷ ୩୦ ହଜାର ଟଙ୍କାରୁ ୪ ଲକ୍ଷ ୯୫ ହଜାର ଟଙ୍କାରୁ ବୃଦ୍ଧି କରାଯାଇଛି ।  ଏକେ – ୪୭ ରାଇଫଲ ଧରି ଆତ୍ମସମର୍ପଣ କଲେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ସେପରି ଏସ ଏଲ ଆର ସହିତ ଆତ୍ମ ସମର୍ପଣ କଲେ ପୂର୍ବରୁ ୧ ଲକ୍ଷ ୬୫ ହଜାର ଦିଆଯାଉଥବା ବେଳେ ଏବେ ୪ ଲକ୍ଷ ୯୫ ହଜାର ଟଙ୍କା   ଆତ୍ମ ସମର୍ପଣ ରାଶି ପାଇବେ ।  ସେପରି ଯେଉଁ ମାେଓାବାଦୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରହିଛି  ସେମାନେ ସମର୍ପଣ କଲେ ରାଜ୍ୟ ସରକାର  ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବେ  । ଏପରିକି ସେମାନଙ୍କ ନାମରେ ଥିବା  ଛେଟ ମୋଟ ସମସ୍ତ ମାମଲା  ପ୍ରତ୍ୟାହାର କରିନେବେ ରାଜ୍ୟ ସରକାର ।   ପଲିଟବ୍ୟୁରୋ, ସେଣ୍ଟ୍ରୋଲ କମିଟି ମେମ୍ବରଙ୍କୁ ମିଳିବ ୧ କେଟି ୧୦ ଲକ୍ଷ ଷ୍ଟେଟ କମିଟି, ସ୍ପେଶାଲ ଜୋନାଲ କମିଟି ସଦସ୍ୟଙ୍କୁ ମିଳିବ ୫୫ ଲକ୍ଷ ଟଙ୍କା ।  ରିଜିଓନାଲ କମିଟି ସଦସ୍ୟଙ୍କୁ ୩୩ ଲକ୍ଷ, ଡିଭିଜନାଲ କମିଟି ସଦସ୍ୟଙ୍କ ୨୭.୫ ଲକ୍ଷ ଟଙ୍କା ମିଳିବ । ଡିଭିଜନାଲ କମିଟି ମେମ୍ବରଙ୍କୁ ମିଳିବ ୨୨ ଲକ୍ଷ ଟଙ୍କା ।  ମାଓ ଦମ୍ପତ୍ତି ଆତ୍ମ ସସମର୍ପଣ କଲେ ଏହାକୁ ପୃଥକ କରାଯିବ । ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ପୁରା ଦେଶ ମାଓ ମୁକ୍ତ କରିବା ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking